ପାୱାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି? ସାବଧାନ! ଚାଲିଯାଇପାରେ ଜୀବନ

ଆଜିକାଲି ମୋବାଇଲ ଫୋନ୍ ଯୋଗାଯୋଗର ଏକ ବଡ ମାଧ୍ୟମ ହୋଇସାରିଛି । ଯୋଗାଯୋଗ କରିବା ସହ ମନୋରଞ୍ଜନର ମଧ୍ୟ ଏକ ବଡ ମାଧ୍ୟମ ହେଉଛି ସ୍ମାର୍ଟ ଫୋନ । ସବୁ ସମୟରେ ସ୍ମାର୍ଟ ଫୋନର ବ୍ୟବହାର କରାଯାଉଛି । ଟ୍ରେନ, ବସ, ମେଟ୍ରୋ, କାରରେ ଲୋକେ ଗୀତ ଶୁଣି ଶୁଣି ଯାତ୍ରା କରନ୍ତି । ଏହା ସହ ହ୍ୱାଟ୍ସଆପ, ଫେସବୁକ୍ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ମଧ୍ୟ ବ୍ୟସ୍ତ ରୁହନ୍ତି । ସ୍ମାର୍ଟ ଫୋନର ଅଧିକ ବ୍ୟବହାର ହୋଇଥିବାରୁ
 

ଆଜିକାଲି ମୋବାଇଲ ଫୋନ୍‌ ଯୋଗାଯୋଗର ଏକ ବଡ ମାଧ୍ୟମ ହୋଇସାରିଛି । ଯୋଗାଯୋଗ କରିବା ସହ ମନୋରଞ୍ଜନର ମଧ୍ୟ ଏକ ବଡ ମାଧ୍ୟମ ହେଉଛି ସ୍ମାର୍ଟ ଫୋନ । ସବୁ ସମୟରେ ସ୍ମାର୍ଟ ଫୋନର ବ୍ୟବହାର କରାଯାଉଛି । ଟ୍ରେନ, ବସ, ମେଟ୍ରୋ, କାରରେ ଲୋକେ ଗୀତ ଶୁଣି ଶୁଣି ଯାତ୍ରା କରନ୍ତି । ଏହା ସହ ହ୍ୱାଟ୍‌ସଆପ, ଫେସବୁକ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ମଧ୍ୟ ବ୍ୟସ୍ତ ରୁହନ୍ତି ।

ସ୍ମାର୍ଟ ଫୋନର ଅଧିକ ବ୍ୟବହାର ହୋଇଥିବାରୁ ଲୋକେ ପାୱାର ବ୍ୟାଙ୍କ ନେଇ ସାଙ୍ଗରେ ଯିବା ଆସିବା କରନ୍ତି । କାରଣ ଆଣ୍ଡ୍ରଏଡ ଫୋନରେ ବ୍ୟାଟ୍‌ରୀ ଶୀଘ୍ର ସରିଥାଏ । ଏଥିପାଇଁ ପାୱାର ବ୍ୟାକ୍‌ଅପ୍‌ ପାଇଁ ଲୋକେ ନିଜ ପାଖରେ ପାୱାର ବ୍ୟାଙ୍କ ରଖିଥାନ୍ତି ।

ପାୱାର ବ୍ୟାଙ୍କରେ ଚାର୍ଜ କରିବା ସୁବିଧା ବୋଲି ସମସ୍ତେ ନିଜ ପାଖରେ ଏହି ବିଷେଶ ଚାର୍ଜ କରିବା ମେସିନ୍ ରଖୁଛନ୍ତି । ଏହା ଆଜିକାଲି ସମସ୍ତଙ୍କ ପାଖରେ ଉପଲବ୍ଧ ରହୁଛି । କିନ୍ତୁ ପାୱାର ବ୍ୟାଙ୍କ ଚାର୍ଜ ପାଇଁ ଯେତିକି ଭଲ ଜୀବନ ପାଇଁ ସେତିକି ଖରାପ । ନିଜ ସୁବିଧା ପାଇଁ ଏହି ଆଡାଭାନ୍ସ ଟେକନୋଲଜି ବ୍ୟବହାର କରିବା ପୂର୍ବରୁ ଏହାସହ ଜଡିତ ସତର୍କତା ବିଷୟରେ ଜାଣିବା ବହୁତ ଜରୁରୀ । କାରଣ ଏହି ଉନ୍ନତ ଟେକନୋଲଜି ସୁବିଧାଜନକ ହୋଇଥିଲେ ମଧ୍ୟ ଏହା ଜୀବନ ପାଇଁ କ୍ଷତିକାରକ ହୋଇଥାଏ । ପାୱାର ବ୍ୟାଙ୍କ ଏକ ଆବଶ୍ୟକ ଗାଜେଟ ମଧ୍ୟରେ ସାମିଲ ହୋଇଥିଲେ ମଧ୍ୟ ଏହା ଦ୍ବାରା ଅନେକ ଜଣ ନିଜ ଜୀବନ ହରାଇଛନ୍ତି । ତେଣୁ ଏହା ବ୍ୟବହାର କରିବା ସମୟରେ ସତର୍କ ରହିବା ଜରୁରୀ ।

ଏବେ କିଛି ଦିନ ତଳେ ଏମିତି ଏକ ଘଟଣା ଘଟିଛି ନାଇଜେରିଆର ଜଣେ ଯୁବତୀଙ୍କ ସହ । ଯୁବତୀ ଜଣକ ନିଜ ପାୱାର ବ୍ୟାଙ୍କ ଚାର୍ଜ କରୁ କରୁ ଶୋଇପଡିଥିଲେ । ଫଳରେ ପାୱାର ବ୍ୟାଙ୍କ ଅଧିକ ଗରମ ହୋଇଯାଇଥିଲା । ପ୍ରଥମେ ଯୁବତୀଙ୍କ ସ୍କିନ ଜଳିଯାଇଥିଲା ଓ ପରବର୍ତ୍ତି ସମୟରେ ବିଦ୍ୟୁତ୍‌ ଆଘାତ୍‌ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା ।