ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ତା'ପରେ ସାନଭଉଣୀ କଲା ଏପରି କାମ ଆଉ ପ୍ରଶଂସା ସାଉଁଟିଥିଲେ ଝିଅ ଘର ଲୋକେ...

 

ଓଡ଼ିଆ ଗସିପ ବ୍ୟୁରୋ: ଚାଲିଥିଲା ବିବାହର ଆୟୋଜନ । ଝିଅ ବିବାହ ପାଇଁ ଖୁସିରେ ସମଗୁଲ ଥିଲେ ସଭିଏଁ । ଭୋଜିଭାତର ଆୟୋଜନ ଠାରୁ ସଜାସଜିରେ ବ୍ୟସ୍ତ ଥିଲେ ସଭିଏଁ । ଆଉ କିଛି ସମୟ ପରେ ପଡିଥାଆନ୍ତା ହାତଗଣ୍ଠି । କିନ୍ତୁ ଦଇବର ବରାଦ ବୋଧେ କିଛି ଅଲଗା ଥିଲା ।

ବେଦୀକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଭାବନଗର ଅଞ୍ଚଳରେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କ'ଣ ଥିଲା ପୁରା ଘଟଣାକ୍ରମ ?

ଗୁଜୁରାଟ ନାରୀ ଗାଁର ବିଶାଲଙ୍କ ସହ ଭବାନନଗର ଅଞ୍ଚଳରେ ଜୀନାବାଇ ରାଥୋରଙ୍କ ଝିଅ ସହ ବିବାହ ସ୍ଥିର ହୋଇଥିଲା । ବିବାହ ପାଇଁ ସବୁକିଛି ବ୍ୟବସ୍ଥା ମଧ୍ୟ ଶେଷ ହୋଇଥିଲା । ବରପକ୍ଷ ଲୋକେ ବିବାହ ପାଇଁ କନ୍ୟା ଘରକୁ ଆସିବାକୁ ସଜବାଜ ମଧ୍ୟ ହେଉଥିଲେ । ଏପଟେ କନ୍ୟା ଘରେ ବାହାଘରର ପ୍ରସ୍ତୁତି ମଧ୍ୟ ବେଶ ଜୋରଦାରରେ ଚାଲିଥିଲା ।

ଆହୁରି ପଢ଼ନ୍ତୁ : ବିବାହ ପରେ ରାତିରେ ମହିଳାମାନେ ଗୁଗୁଲରେ ଯାହା ସର୍ଚ୍ଚ କରନ୍ତି, ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ...

ଯେପରି ବରପକ୍ଷଙ୍କ ପ୍ରତି କୌଣସି ଅବହେଳା ନ ହୁଏ ସେଥିପ୍ରତି ପୁରା ପ୍ରସ୍ତୁତି ଥିଲେ କନ୍ୟା ପକ୍ଷ । ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ରଶମ ବି ଶେଷ ହୋଇଥିଲା । ଝିଅର ବାହାଘରକୁ ନେଇ ପୁରା ଖୁସିଥିଲେ ଜୀନାବାଇ ରାଥୋରଙ୍କ ପରିବାର ଲୋକେ । ଘରେ ବନ୍ଧୁ ବାନ୍ଧବଙ୍କ ଭିଡ ମଧ୍ୟ ଲାଗିଥିଲା ।

ହେଲେ ଭଗବାନଙ୍କ ବରାଦ ବୋଧେ କିଛି ଅଲଗା ଥିଲା । ବିବାହ ବେଦୀକୁ ଯିବା ପୂର୍ବରୁ କନ୍ୟା ହୃଦଘାତର ଶୀକାର ହୋଇଥିଲା । ଫଳରେ ଘଟଣାସ୍ଥଳରେ କନ୍ୟା ଟଳି ପଡିବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିବାହ ପରି ଏକ ଖୁସିର ମାହୋଲରେ ଘୋଟି ଆସିଥିଲା ଦୁଃଖର କଳା ବାଦଲ ।

ବରପକ୍ଷ ଏକଥା ଜାଣି ସାରିବା ପରେ ମଉଳି ଯାଇଥିଲା ସେମାନଙ୍କ ମନ । ଖାଲି ହାତରେ ବରକୁ ବିଦା ନ କରି କନ୍ୟାର ସାନ ଭଉଣୀଙ୍କ ସହ ବରର ବିବାହ କରାଇଥିଲେ କନ୍ୟା ଘର ଲୋକେ । ବାଜବାଣରେ ସାନ ଝିଅକୁ ବାହା କରାଇ ବିଦା କରାଇଥିଲେ । ସେପଟେ, ମୃତକନ୍ୟାର ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକେ ।

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ବାହାଘର ବିଦାୟୀ ବେଳେ କନ୍ୟା ହୃଦଘାତରେ ପ୍ରାଣ ହରାଇଥିଲେ। ଏଭଳି ଏକ  ଘଟଣା ସୁବର୍ଣ୍ଣପୁର ଘଟିଥିଲା । ବାହାଘର ବିଦାୟୀ ବେଳେ ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଝିଅ ବିଦା ବେଳେ କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା, ଆଉ ଦାଣ୍ଡ ଦୁଆରେ ହୃଦଘାତରେ ଚାଲିଗଲା ଜୀବନ ।

ଆହୁରି ପଢ଼ନ୍ତୁ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ସାଜେ କି କଳିର କାରଣ? ଉଭୟଙ୍କ ଭିତରେ କେତେ ପାର୍ଥକ୍ୟ ରହିବା ଦରକାର; ଜାଣନ୍ତୁ ରିସର୍ଚ୍ଚ କଣ କହୁଛି...

ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ଶବ । ଉଲୁଣ୍ଡା ଗାଁର ରୋଜିଙ୍କ ସହ ବଲାଙ୍ଗୀର ତେତେଲ ଗାଁର ବିଶିକେସନଙ୍କ ବାହାଘର ହୋଇଥିଲା । ରାତିରେ ବରଯାତ୍ରୀ ନେଇ ବର ଆସିଥିଲା । ଭୋଜି ଭାତ ସହ ବାହାଘର ପାଇଁ ସମସ୍ତେ ଖୁସି ବି ଥିଲେ । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ବାହାଘର କରିଥିଲେ ।

ସେପଟେ ନୂଆ ଜୀବନସାଥୀ ଅପେକ୍ଷାରେ ଥିଲେ ରୋଜି । ହେଲେ ରୋଜିଙ୍କ ସେ ଅପେକ୍ଷାର ଅନ୍ତ ହେଲା ସତ, କିନ୍ତୁ ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ସ୍ୱପ୍ନ ସତ ହୋଇପାରିଲାନି । ଶାଶୁଘର ଯିବା ବଦଳରେ ମଶାଣୀକୁ ଗଲା ମୃତଦେହ ।

ତେବେ ବରଙ୍କ ସହ ଗାଡିରେ ବସିବା ବେଳେ କାନ୍ଦି କାନ୍ଦି ତଳେ ପଡି ଯାଇଥିଲେ ରୋଜି । କିଛି ସମୟ ଯାଏଁ ତାଙ୍କ ଚେତା ଫେରିନଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିନ୍ଦୂର ପିନ୍ଧି, ସଧବା ସାଜି ଶେଷଯାତ୍ରା କରିଥିଲେ ରୋଜି ।