ସରମରେ ଲାଜେଇ ଗଲେ ମହିଳା ବିଧାୟକ, ବିଧାନସଭାରେ ଯୌନ କ୍ରିୟା ମନ୍ତବ୍ୟ ପାଇଁ ଭୁଲ ମାଗିଲେ ନୀତୀଶ
ଓଡ଼ିଆ ଗସିପ୍ ବ୍ୟୁରୋ: ବିଧାନସଭାରେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରୁ ଭୁଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।
ଏନେଇ ନୀତୀଶ କହିଛନ୍ତି,’ ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ କରିଥିଲି, ମୋର ବୟାନ ଯଦି କାହାକୁ ଆଘାତ ପହଁଞ୍ଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ମୁଁ ତ ମହିଳାମାନଙ୍କର ଶିକ୍ଷା ବିଷୟରେ କହିଥିଲେ, କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି । ଯଦି ମୋ ବୟାନରେ କାହାକୁ ଆଘାତ ପହଁଞ୍ଚାଇଛି, ତାହେଲେ ମୁଁ କ୍ଷମା ମାଗୁଛି । ବିହାରରେ ଆମେ ମହିଳାଙ୍କ ଉନ୍ନତି ପାଇଁ ଅନେକ କାମ କରୁଛି’ ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀ ଶିକ୍ଷା ଉପରେ ଗୁରୁତ୍ବରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯୌନ ସମ୍ପର୍କ ସମୟରେ ଜଣେ ଶିକ୍ଷିତ ନାରୀ କିଭଳି ପୁରୁଷଙ୍କୁ ପ୍ରତିରୋଧ କରିପାରିବ ସେନେଇ ବିଧାନସଭାରେ ନୀତୀଶ କୁମାର ପ୍ରାଞ୍ଜଳି ଭାବେ ବୁଝାଇଥିଲେ । ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଶ୍ଲୀଳ ବୟାନ ନେଇ ବିବାଦ ଦେଖାଦେଇଥିଲା । ବିଜେପି ଓ ଜାତୀୟ ମହିଳା କମିଶନ୍ ନୀତୀଶଙ୍କ ଏହି ବୟାନକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଏହାକୁ ନେଇ ବିବାଦ ତେଜିବାରୁ କ୍ଷମା ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।
ତେବେ ନୀତୀଶ ଜାତି ଭିତ୍ତିକ ସର୍ବେକ୍ଷଣର ତଥ୍ୟ ବିଧାନସଭାରେ ରଖୁଥିବା ବେଳେ ଏପରି କଥା କହିଛନ୍ତି ଯାହା ବର୍ତ୍ତମାନ ବିବାଦ ଘେରକୁ ଆସି ଯାଇଛି। ବାସ୍ତବରେ ଜନସଂଖ୍ୟା ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି ନୀତୀଶ । ନୀତୀଶ କୁମାର ମହିଳା ଶିକ୍ଷା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିଧାନସଭାରେ ଯାହା କହିଛନ୍ତି ତାହା ଶୁଣି ମହିଳାମାନେ ଅସହଜ ହୋଇପଡିଥିଲେ। କେବଳ ମହିଳା ନୁହେଁ ଯେ କେହିବି ତାଙ୍କର ଏହି ମନ୍ତବ୍ୟ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!