ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଶ୍ରୀମନ୍ଦିରକୁ ଦାନ କଲେ ଏତିକି କୋଟି ଟଙ୍କା 
 

Anant Ambani Offers Prayers At Puri Srimandir Ahead Of Wedding With Radhika Merchant
 
Anant Ambani Offers Prayers At Puri Srimandir Ahead Of Wedding With Radhika Merchant
ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ସନ୍ଧ୍ୟାରେ ରିଲାଏନ୍ସ ଭେନ୍ଚର ଲିମିଟେଡ୍‌ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସେ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଆସିଥିଲେ। ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

ରାତି ପ୍ରାୟ ସାଢ଼େ ୧୦ଟାରେ ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ମହାଲକ୍ଷ୍ମୀ ମନ୍ଦିରରେ କିଛି ସମୟ ବସିବା ସହ ନୃସିଂହ ମନ୍ଦିରରେ ବସିି ହନୁମାନ ଚାଳିସା ପାଠ କରିଥିଲେ ଅନନ୍ତ ଅମ୍ବାନୀ ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ଅନନ୍ତ ଅମ୍ବାନୀ ଶ୍ରୀମନ୍ଦିର ଭିତରେ ରାତି ଗୋଟାଏ ଯାଏ ରହି ମହାପ୍ରଭୁଙ୍କ ଶୟନ ଆଳତି ଓ ପହୁଡ଼ ଦର୍ଶନ ସହ ମହାପ୍ରସାଦ ସେବନ କରି ବାହାରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ କହିଛନ୍ତି ପ୍ରଭୁଙ୍କ ଆଶୀର୍ବାଦ ଏମିତି ଥାଉ। ଏଥି ସହିତ ଅନନ୍ତ ଅମ୍ବାନୀ ଶ୍ରୀମନ୍ଦିରକୁ ୨କୋଟି ୫୧ଲକ୍ଷ ଟଙ୍କା ଦାନ କରିଛନ୍ତି। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଜୁଲାଇ ୧୨ ତାରିଖରେ ଅନନ୍ତ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହେବ । ଏହା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ପୁରୀ ଆସିଛନ୍ତି।

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ