ଦେଖନ୍ତୁ Exclusive ଭିଡ଼ିଓ: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ, ୨୬ ଯାତ୍ରୀ ଉଦ୍ଧାର, ଅନେକଙ୍କୁ ଖୋଜା ଚାଲିଛି...

 
plane plunges into lake

ଓଡ଼ିଆ ଗସିପ ବ୍ୟୁରୋ: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ । ରବିବାର ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ପ୍ଳେନ୍ ଦୁର୍ଘଟଣାର ଶିକାର ହୋଇଛି । ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି । ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ଯ ଜାରିରହିଛି ।

ସୂଚନା ଅନୁଯାୟୀ, ତାଞ୍ଜାନିଆରେ ବିମାନ ଦୁର୍ଘଟଣା । କ୍ୟାପିଟାଲ ସିଟି ଦାର୍-ଏସ୍- ସଲାମରୁ ଲେକସାଇଡ୍ ସିଟି କାଗେରା ବିମାନ ବନ୍ଦରକୁ ଆସୁଥିବା ବିମାନଟି ଅବତରରଣ ପୂର୍ବରୁ ଭିକ୍ଟୋରିଆ ଲେକରେ ଖସିପଡିଛି । ଏଥିରେ ମୋଟ ୪୯ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଯାତ୍ରୀବାହୀ ବିମାନଅବତରଣ ସମୟରେ ଉତ୍ତର-ପଶ୍ଚିମ ସହର ବୁକୋବାର ବିମାନବନ୍ଦର ପାଖରେ ଥିବା ଭିକ୍ଟୋରିଆ ହ୍ରଦରେ ପଡିଥିଲା। ବୁକୋବା ବିମାନବନ୍ଦରର ରନୱେର ଗୋଟିଏ ପ୍ରାନ୍ତ ଆଫ୍ରିକାର ସର୍ବବୃହତ ହ୍ରଦ ଭିକ୍ଟୋରିଆ ହ୍ରଦ ପାଖରେ ଅବସ୍ଥିତ ।

ଦେଖନ୍ତୁ Exclusive ଭିଡ଼ିଓ:

ତାଞ୍ଜାନିଆ ବ୍ରଡକାଷ୍ଟିଂ କର୍ପୋରେସନ୍ (ଟିବିସି) କହିଛି, “ରାଜଧାନୀ ଡାର୍ ଏସ୍ ସଲାମରୁ ଉଡ଼ାଣ ଭରିଥିବା ଏହି ବିମାନଟି ଆଜି ସକାଳେ ଝଡ଼ ଏବଂ ପ୍ରବଳ ବର୍ଷା ହେତୁ ଭିକ୍ଟୋରିଆ ହ୍ରଦରେ ପଡ଼ିଯାଇଥିଲା। ପ୍ରିସିସନ୍ ଏୟାର ହେଉଛି ତାଞ୍ଜାନିଆର ସର୍ବବୃହତ ବ୍ୟକ୍ତିଗତ ମାଲିକାନାରେ ଥିବା ବିମାନ ସେବା ।"