ସବୁ ଦିନ ଭଳି କ୍ଷୀର ବିକି ଘରକୁ ଫେରୁଥିଲେ, ହେଲେ ଜାଣିନଥିଲେ ଆଉ ଘରକୁ ଫେରିବେନି, ତାଙ୍କ ସହ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା...

 

ଓଡ଼ିଆ ଗସିପ ବ୍ୟୁରୋ: ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ । କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି ।

ସକାଳୁ ସକାଳୁ କ୍ଷୀର କେନ୍ ଧରି ସେ ଘରୁ ବାହାରିଥିଲେ । ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ । କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ୟୁପିର ଗୋରଖପୁର ଜିଲ୍ଲାର ନିଜାମପୁର ଅଞ୍ଚଳରେ ।

ନବମରୁ ପାଠ ଛାଡ଼ିବା ପରେ ବିକାଶ ଯାଦବ (୧୮) ଗତ କିଛି ବର୍ଷ ହେଲା ବାପା ଈଶ୍ୱର ଯାଦବଙ୍କୁ କ୍ଷୀର ବିକିବା କାମରେ ସାହାଯ୍ୟ କରି ଆସୁଥିଲେ । ଗତ ମଙ୍ଗଳବାର ବିକାଶ କ୍ଷୀର ଧରି ଯାଉଥିବା ବେଳେ ହଠାତ୍ କିଛି ଲୋକ ତାଙ୍କ ଆଡ଼କୁ ମାଡ଼ି ଆସି ଅତର୍କିତ ଆକ୍ରମଣ ଆରମ୍ଭ କରି ଦେଇଥିଲେ ।

ବିକାଶ ସେତେବେଳକୁ କ୍ଷୀର ବାଣ୍ଟି ସାରି ଘରକୁ ଫେରୁଥାନ୍ତି । ସେ କିଛି ବୁଝିବା ଆଗରୁ ଅଜଣା ଲୋକମାନେ ତାଙ୍କୁ ଏକ ବାଡ଼ିରେ ପିଟିବାକୁ ଲାଗିଲେ । ବିକାଶ ପ୍ରତିବାଦ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଜୋର୍‌ରେ ଚିତ୍କାର କରିବାକୁ ଲାଗିଲେ ।

ଚିତ୍କାର ଶୁଣି ବିକାଶଙ୍କ ଦାଦା ପରମେଶ୍ୱର ଯାଦବ ଘଟଣାସ୍ଥଳରେ ପହଞ୍ଚି ବିକାଶଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ସେ ରକ୍ତ ଯୁଡୁବୁଡୁ ଦେଖି ବିକାଶ କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶଙ୍କ କାହା ସହ କିଛି ଶତ୍ରୁତା ନଥିବା ବାପା ଈଶ୍ୱର ଯାଦବ କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି ।