ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଲଭ୍ ଷ୍ଟୋରୀ! ପ୍ରେମିକକୁ ୫୭ ଲକ୍ଷ ଟଙ୍କା ଦରମା ଦେଉଛନ୍ତି ଏହି ଯୁବତୀ…

 

ଓଡ଼ିଆ ଗସିପ ବ୍ୟୁରୋ: ଆଜିର ସମାଜରେ ବିଭିନ୍ନ ପ୍ରକାରର ପ୍ରେମ କାହାଣୀ ବିଷୟରେ ଶୁଣିବାକୁ ମିଳୁଛି । ତେବେ, ବୟଫ୍ରେଣ୍ଡ ହେବା ପାଇଁ ଯଦି ଲକ୍ଷ ଲକ୍ଷ ଟଙ୍କାର ଦରମା ମିଳେ ତେବେ? କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ, ସ୍କଟଲ୍ୟାଣ୍ଡର ଜଣେ ମହିଳା ନିଜ ପ୍ରେମିକ ହେବାପାଇଁ ଲକ୍ଷାଧିକ ଟଙ୍କା ଦରମା ଦେଉଥିବା ଜାଣିବାକୁ ମିଳିଛି ।

ସ୍କଟଲ୍ୟାଣ୍ଡରେ ରହୁଥିବା ଜେନ୍ ପାର୍କ ନାମକ ଏହି ଯୁବତୀ କିଛି ମାସ ତଳେ ଏଥିନେଇ ବିଜ୍ଞାପନ ଦେଇଥିଲେ । ଯିଏ ତାଙ୍କର ପ୍ରେମିକ ହେବାପାଇଁ ଯୋଗ୍ୟ ବିବେଚିତ ହେବ ତାଙ୍କୁ ସେ ବାର୍ଷିକ ୫୭ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।

ତେବେ, ଜେନଙ୍କୁ ତାଙ୍କର ପ୍ରେମିକ ମିଳିଯାଇଛି । ଉଭୟଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ରେ ୧୭ ବର୍ଷୀୟା ଜେନ୍‌ ୯.୫ କୋଟି ଟଙ୍କାର ଲଟେରୀ ଜିତିଥିବା ସବୁଠାରୁ କମ୍‌ ବୟସ୍କା ଯୁବତୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେ ବୟଫ୍ରେଣ୍ଡକୁ ନେଇ ଦେଇଥିବା ବିଜ୍ଞାପନ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥିବା ଜେନଙ୍କ ଓ ତାଙ୍କ ପ୍ରେମିକଙ୍କ ଭିଡ଼ିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।