୧୨ ଘଣ୍ଟା ଧରି ବୋର୍‌ୱେଲ୍‌ରେ ଫସିରହିଛି ୮ ବର୍ଷର ବାଳକ, ଉଦ୍ଧାର କାର୍ଯ୍ୟ ଜାରି, ଦେଖନ୍ତୁ LIVE ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ବୋର୍‌ୱେଲ୍‌ରେ ଗଳିପଡ଼ିଲା ୮ ବର୍ଷର ବାଳକ । ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ୮ ବର୍ଷର ତନ୍ମୟ ପାଇଁ ଜାରି ରହିଛି ଅପରେସନ ଜିନ୍ଦେଗୀ ।

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ତନ୍ମୟ ଫଶି ରହିଛି । ୪ଶହ ଫୁଟର ବୋରଓ୍ବେଲର ପ୍ରାୟ ୫୫ ଫୁଟ ଭିତରେ ତନ୍ମୟ ଅଟକିରହିଛି । ଆଜି ସକାଳୁ NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି।

ତନ୍ମୟକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ରେସ୍କ୍ୟୁ ଅପରେସନ ଉପରେ ନଜର ରଖିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସାଙ୍ଗ ସହ ଫେରାର ହେଲା ସ୍ତ୍ରୀ ବୋଲି ଜିଅନ୍ତା ଶ୍ରାଦ୍ଧ ଦେଲେ ସ୍ୱାମୀ, ସେପଟ ବିକାଶଙ୍କ ପତ୍ନୀ କହିଲେ ଏପରି କଥା...

ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗତକାଲି ସନ୍ଧ୍ୟାରେ ଖେଳୁଥିବା ବେଳେ ତନ୍ମୟ ବୋରଓ୍ବେଲ ମଧ୍ୟରୁ ଖସି ପଡ଼ିଥିଲା ।

ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି ।

ଦେଖନ୍ତୁ ଭିଡ଼ିଓ :

<a href=https://youtube.com/embed/C4kvA0nS0rY?autoplay=1&mute=1><img src=https://img.youtube.com/vi/C4kvA0nS0rY/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି । ତନ୍ମୟର ରେସ୍କ୍ୟୁ ଅପରେସନକୁ ଜିଲ୍ଲା ପ୍ରଶାସନ ମନିଟରିଂ କରୁଛି ।