ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଖିବୁଜା ଗୁଳି ବିନିମୟରେ ୩ ଯବାନ ସହିଦ

3 Army Soldiers Killed In Encounter With Terrorists In Kulgam 
 
3 Army Soldiers Killed In Encounter With Terrorists In J&K's Kulgam district
ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଖିବୁଜା ଗୁଳି ବିନିମୟରେ ୩ ଯବାନ ସହିଦ

ଓଡ଼ିଆ ଗସିପ୍ ବ୍ୟୁରୋ: ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ହଲାଣ ଜଙ୍ଗଲରେ ଥିବା ପର୍ବତ ଶିଖରେ କିଛି ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଭାରତୀୟ ସେନା ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। 

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚାଳନା କଲା। ଫଳରେ ଏନକାଉଣ୍ଟର୍‌ର ଜୋରଦାର ହେଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଗୁଳି ବିନିମୟ ସମୟରେ ସେନାର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ନିଧନ ହୋଇଛି ।