ଅଇଁଠା ଖାଦ୍ୟ ପରସ୍ପର ମଧ୍ୟରେ ବାଣ୍ଟି ଖାଇବା ଠିକ୍ ନା ଭୁଲ? ଏକ୍ସପର୍ଟଙ୍କ ମତରୁ ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ

Is sharing food ever really safe?
 
ଅଇଁଠା ଖାଦ୍ୟ ପରସ୍ପର ମଧ୍ୟରେ ବାଣ୍ଟି ଖାଇବା ଠିକ୍ ନା ଭୁଲ? ଏକ୍ସପର୍ଟଙ୍କ ମତରୁ ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ

ଓଡ଼ିଆ ଗସିପ୍ ବ୍ୟୁରୋ: ଖାଦ୍ୟ ବାଣ୍ଟି ଖାଇବା ଏକ ଭଲ ଅଭ୍ୟାସ। ଲୋକମାନେ ପ୍ରାୟତଃ ଅଫିସ୍, ଘରେ ଓ ପିଲାମାନେ ସ୍କୁଲ-କଲେଜରେ ଅନ୍ୟମାନଙ୍କ ସହିତ ନିଜ ଖାଦ୍ୟ ବାଣ୍ଟି ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟ ବାଣ୍ଟିବାର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ? ତେବେ ଆସନ୍ତୁ ଜାଣିବା ଏହି କ୍ଷତି ବିଷୟରେ...

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଖାଦ୍ୟ ବାଣ୍ଟିବା ଏକ ଭଲ ଅଭ୍ୟାସ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟ ବାଣ୍ଟିବାର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ? ଖାଦ୍ୟ ବାଣ୍ଟିବାବେଳେ ଲୋକମାନେ ସାଧାରଣତଃ ପରସ୍ପରର ଅଇଁଠା ଖାଆନ୍ତି। ଯଦି ଆପଣ ମଧ୍ୟ କାହାର ଅଇଁଠା ଖାଇବାକୁ ମୁକ୍ତ ମନେ କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ ଅଛି।

ବାସ୍ତବରେ, ଅଇଁଠା ଖାଇବା ଦ୍ୱାରା ଅନେକ ପ୍ରକାରର ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା ବଢ଼ିଥାଏ। ଯେତେବେଳେ ତୁମେ କାହାର ଖାଦ୍ୟ ଖାଉଛ, ସେତେବେଳେ ତୁମେ ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣ ବାଣ୍ଟୁଛ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଖାଇବା ପୂର୍ବରୁ ହାତ ଧୋଇବାର ଅଭ୍ୟାସ ନାହିଁ। ଯଦି ତୁମେ ଏପରି ବ୍ୟକ୍ତିଙ୍କ ସହିତ ତୁମର ଖାଦ୍ୟ ଅଇଁଠା କରି ଖାଉଛ, ତା’ହେଲେ ତାଙ୍କ ହାତର ଜୀବାଣୁ ସହଜରେ ଆପଣଙ୍କ ଶରୀରରେ ପ୍ରବେଶ କରିପାରେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଜନ୍ମଦିନରେ ଆପଣ ନିଶ୍ଚୟ ଦେଖିଥିବେ ଯେ ଗୋଟିଏ କେକ୍ ଖଣ୍ଡ ସମସ୍ତ ଲୋକଙ୍କୁ ଟିକେ ଟିକେ କରି ଖାଇବାକୁ ଦିଆଯାଏ। ସାଧାରଣତଃ ଏହା କରିବା ଉଚିତ୍ ନୁହେଁ, କାରଣ କେକ୍ ଉପରେ ବିଭିନ୍ନ ଲୋକଙ୍କ ଛେପ ଲାଗିଯଏ। ଯଦି କୌଣସି ବ୍ୟକ୍ତିଙ୍କର କୌଣସି ପ୍ରକାରର ସଂକ୍ରମଣ ଥାଏ, ତେବେ ସେହି ସଂକ୍ରମଣ ଆପଣଙ୍କୁ ସହଜରେ କେକ୍ ମାଧ୍ୟମରେ ଆପଣ ପଟେରେ ପହଞ୍ଚାଇପାରେ।

ଅଇଁଠା ଖାଇବା ଦ୍ୱାରା ପାଟିରେ ଫୁଲା ସମସ୍ୟା ଦେଖାଦେଇଥାଏ। କାହାର ଛେପ ଗଳା ଏବଂ ଫୁସଫୁସରେ ସଂକ୍ରମଣ ହୋଇପାରେ। ଜିଭରେ ଛୋଟ ଛଟୋ ଦାନା ବାହାରିପାରେ। ଯଦି ଆପଣ ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆଜିଠାରୁ ଅଇଁଠା ଖାଦ୍ୟ ଖାଇବା ବନ୍ଦ କରନ୍ତୁ।