ଏମିତି ଅଣଦେଖା କଲେ ପେଟ୍ରୋଲ ଦର ନ କମିଲା ଭଳି ପେଟ ବି କମିବନି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଆପଣଙ୍କ ମେଦବହୁଳତା ଓ ମୋଟାପଣକୁ ନେଇ ଚିନ୍ତିତ କି? ପେଟ କମାଇବା ସହ ଓଜନ ହ୍ରାସ କରି ସୁସ୍ଥ ଓ ସବଳ ହେବାକୁ ଚାହାନ୍ତି କି?  ଫିଟ୍ ଓ ଫାଇନ ରହିବା ପାଇଁ ଅର୍ଥ ସହ ସମୟ ଶ୍ରାଦ୍ଧ କରିବାକୁ ଚାହୁଁଛନ୍ତି କି? ତେବେ ସମସ୍ୟା କେଉଁଠି? ଯେଉ ସବୁ ସମସ୍ୟା ଏଥିରେ ବାଧା ସୃଷ୍ଟି କରୁଛି ସେସବୁର ସମାଧାନ ଚାହାନ୍ତି ନା ଏମିତି ହାଲକା ଭାବେ ଗ୍ରହଣ କରୁଛନ୍ତି । ଯଦି ଯେମିତି କିଛି କରୁଥାନ୍ତି ତେବେ ବର୍ତ୍ତମାନ ସମୟରେ ଯେମିତି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟୁଛି ଏବଂ କମିବାର ନା ଧରୁନି ଠିକ୍ ସେମିତି ଆପଣଙ୍କ ପେଟ ବାହାରିବ ସିନା ହେଲେ ଆଉ କମିବନି । ଯଦି ଏହାକୁ ଆପଣ ଗୁରୁତ୍ୱର ସହ ନେଉଛନ୍ତି ତେବେ ଏହି ଆର୍ଟିକିଲ୍ ଆପଣଙ୍କ ପାଇଁ । ପଢ଼ିବା ଜାରି ରଖନ୍ତି ...

ଅନେକ ସମୟରେ ଦେଖା ଦେଇଛି ବହୁ ଚେଷ୍ଟା ପରେ ବି ଲୋକମାନେ ତାଙ୍କ ଓଜନ ହ୍ରାସ କରି ପାରନ୍ତି ନାହିଁ । କାରଣ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆପଣ ଖାଉଥିଲେ ତାହା ଓଜନ ହ୍ରାସ କରିବାକୁ ଦିଏ ନାହିଁ । ଏଭଳି ଖାଦ୍ୟରେ ଥିବା ଫ୍ୟାଟ, କାର୍ବୋହାଇଡ୍ରେଟରୁ ଶରୀରକୁ ଆକସ୍ମିକ ଭାବେ ହାଏ କ୍ୟାଲୋରୀ ମିଳିଯାଇଥାଏ, ଯାହା ଦ୍ବାରା ଶରୀରରୁ ଚର୍ବି ହ୍ରାସ କରିବା ସହଜ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ କେଉଁ ସବୁ ଖାଦ୍ୟରୁ ନିବୃତ୍ତ ରହିବା ଉଚିତ ।

ସାଧାରଣତଃ ଲୋକମାନେ ପ୍ରତ୍ୟେକ ଖାଦ୍ୟରେ ଆଳୁକୁ ସା‌ମିଲ କରିଥାଆନ୍ତି । ତେବେ ଖବୁ ଅଳ୍ପ ଲୋକ ଜାଣିଥିବେ କି ଆଳୁ ହଠାତ ଶରୀରରେ ଓଜନ ବୃଦ୍ଧି କରିଥାଏ । କାରଣ ଆଳୁରୁ ଶରୀରକୁ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ ମିଳିଥାଏ ।

ଭାତ ଗୁଣବତ୍ତା ଫ୍ୟାଟର ଏକମାତ୍ର ସ୍ରୋତ। କିନ୍ତୁ ଗୋଟିଏ କପ ଚାଉଳରେ ୨୦୦କ୍ୟାଲୋରୀ ରହିଥାଏ । ଏଥିସହିତ ଏଥିରେ କାର୍ବୋବହାଇଡ୍ରେଟ ରହିଥାଏ ଯାହାକୁ ଓଜନ ବୃଦ୍ଧିର କାରଣ ହୋଇଥାଏ ।

ସେହିପରି ଆପଣ ଯଦି ରେଡ ମିଟ ସେବନ କରୁଛନ୍ତି ତେବେ ତୁରନ୍ତ ଏହାକୁ ଛାଡ଼ି ଦିଅନ୍ତୁ । ଏହା ନା କେବଳ ଓଜନ ବୃଦ୍ଧି କରିଥାଏ ତାହା ନୁହେଁ, ରେଡ ମିଟକୁ ଖାଇବା ଦ୍ବାରା ହୃଦୟ ସମସ୍ୟା ବି ରହିଥାିଏ । ଏତଦବ୍ୟତୀତ ଚର୍ବି ଥିବା ମାଂସ ବି ଶରୀରରେ ଫ୍ୟାଟ ବୃଦ୍ଧି କରିଥାଏ ।

ଆଜିକାଲି ଅଧିକାଂଶ ଲୋକ ସୁଇଟ କର୍ଣ୍ଣ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଖୁବ୍ କମ୍ ଲୋକ ଜାଣିଥିବେ କି ସୁଇଟ କର୍ଣ୍ଣରେ ଷ୍ଟର୍ଚ ମହଜୁଦ ରହିଥାଏ । ଯାହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ ବଜାରରେ ମିଳୁଥିବା ଦହି, ପନୀର, ଲସି ଆଦିକୁ ନିଜ ଖାଦ୍ୟରୁ ବାଦ ଦିଅନ୍ତୁ ।