ଧୂମ୍ରପାନ କରୁଥିବା ବ୍ୟକ୍ତି ଫୁସଫୁସ୍ ଡ୍ୟାମେଜ୍ ନ ହେବା ପାଇଁ ଜାଣନ୍ତୁ ଘରୋଇ ଟିପ୍ସ...  
 

How can you protect your lungs from smoking
 
 
How can you protect your lungs from smoking
ଧୂମ୍ରପାନ କରୁଥିବା ବ୍ୟକ୍ତି କେମିତି ନେବେ ଫୁସଫୁସର ଯତ୍ନ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରତିଦିନ ଧୁମ୍ରପାନ କରିବା ଦ୍ୱାରା ବା ମାତ୍ରାଧିକ ଧୂମ୍ରପାନ କରିବା ଦ୍ୱାରା ଏହା ଫୁସଫୁସ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଥାଏ ପ୍ରାୟତଃ ନଷ୍ଟ ମଧ୍ୟ କରିଦେଇଥାଏ। ତେବେ କେବଳ ଧୂମ୍ରପାନ ହିଁ ମଣିଷର ଫୁସଫୁସ ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା କାରଣରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । 

ତେଣୁ ପ୍ରଦୂଷଣକୁ ଫୁସଫୁସ୍ କୁ ବଞ୍ଚାଇବାକୁ କିଛି ଜିନିଷକୁ ଲାଭ ଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଆପଣ ମାନେ ଦୈନାନ୍ଦିନ ଖାଦ୍ୟରେ କିଛି ଜିନିଷକୁ ସେବନ କରନ୍ତୁ । ଯେମିତିକି ଫୁସଫୁସ୍ କୁ ଲାଭ ପହଞ୍ଚାଉଥିବା ଖାଦ୍ୟ ମଧ୍ୟରେ ରହିଛି ଗୁଡ଼, ଅଲିଭ୍ ଅଏଲ୍, ରାଶି ମଞ୍ଜି, ହର୍ବାଲ ଚା’, ଟମାଟ, ପାଣି, ରସୁଣ ଓ ଭିଟାମିନ୍-ସି । ଏସବୁ ଜିନିଷକୁ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ବୋଲି ଧରାଯାଇଥାଏ । 

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ 

ଧୂଆଁ ଯୋଗୁଁ ଶରୀର ଭିତରକୁ ପ୍ରବେଶ କରୁଥିବା କଣିକା ଠାରୁ ଏହିସବୁ ଜିନିଷ ସୁରକ୍ଷା ଦେବ । ଭିଟାମିନ୍-ସି ଆମ ଶରୀର ପାଇଁ ଖୁବ୍ ଉପକାରୀ । ଫୁସଫୁସ୍ ପାଇଁ ଶରୀରରେ ଭିଟାମିନ୍-ସି ଲେବଲ୍ କୁ ନିୟନ୍ତ୍ରଣରେ ରଖିବା ଖୁବ୍ ଜରୁରୀ । ତେଣୁ ଆପଣମାନଙ୍କୁ ଖଟା ଫଳ ଖାଇବା ଉଚିତ୍ । ସାଧାରଣତଃ, ଫୁସଫୁସର କାର୍ଯ୍ୟ କ୍ଷମତାକୁ ଦୀର୍ଘସ୍ଥାୟୀ କରିବା ପାଇଁ ଓ ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଘରୋଇ ଉପାୟ ଲାଭଦାୟକ ହୋଇପାରିବ ଆସନ୍ତୁ ଜାଣିବା।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

୧. ଷ୍ଟିମ୍ ବାମ୍ଫ ନେବା: ଷ୍ଟିମ୍ ନେବା ଦ୍ୱାରା ଫୁସଫୁସରେ ଧୂଆଁ, ଧୂଳି ଓ ପ୍ରଦୂଷଣ କାରଣରୁ ଜମିଥିବା ବାୟୁମାର୍ଗ ଖୋଲିଦେଇଥାଏ । ଏହା ରକ୍ତ ପ୍ରବାହକୁ ନିୟନ୍ତ୍ରଣରେ ରଖିଥାଏ। ଆପଣ ଚାହିଁଲେ ଷ୍ଟିମ୍ ପାଣିରେ, ପୁଦିନା ବା ଟି ଟ୍ରି ତେଲର,ଅଦା ଓ କଞ୍ଚା ହଳଦୀ ପ୍ରୟୋଗ କରିପାରିବେ।

୨. ପ୍ରାଣାୟମ ଓ ବ୍ୟାୟାମ: ନିୟମିତ ଯୋଗାଭ୍ୟାସ ବା ବ୍ୟାୟାମ ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତାକୁ ବୃଦ୍ଧି ପାଇଥାଏ ଓ ସୁସ୍ଥ ରହିଥାଏ । ଏହା ଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରଣରେ ରଖିଥାଏ । ସପ୍ତାହରେ ଅତି କମରେ ୫ ଦିନ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଅଭ୍ୟାସ କରିବା ନିହାତି ଆବଶ୍ୟକ ।

୩. ଧୂମ୍ରପାନ: ଯେତେଦୂର ସମ୍ଭବ ଧୂମପାନ କିମ୍ବା ମାଦକ ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତିୁ । ଏହା ଫୁସଫୁସ ପାଇଁ କ୍ଷତିକାରକ ଏବଂ ବ୍ୟକ୍ତିଙ୍କୁ ଅଳ୍ପାୟୁ କରି ଦେଇଥାଏ।

୪. ଖାଦ୍ୟପେୟ: ଫୁସଫୁସର ଯତ୍ନ ନେବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର(nutrition) ଆହାର ସେବନ କରନ୍ତୁ । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍(Vitamin), ଫଳ, ସବୁଜ ପନିପରିବା(Green Vegetable), ଅଦା, ହଳଦୀ ଇତ୍ୟାଦି ସେବନ କରନ୍ତୁ ।

୫. ଟୀକାକରଣ: ଫ୍ଲୁ ଏବଂ ନିମୋନିଆ ଟୀକାକରଣ ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତାକୁ ଦୀର୍ଘାୟୁ କରିହେବ । ଏହା ଶରୀରରେ ସଂକ୍ରମଣର ପ୍ରବେଶ ଉପରେ ରୋକ୍ ଲଗାଇଥାଏ ।

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ 

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)