ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...
 

foods to fix low blood pressure
 
ଲୋ’ ବ୍ଲଡପ୍ରେସର ଥିଲେ କ’ଣ ସବୁ ଖାଇବା ଉଚିତ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶରୀର ପାଇଁ ଲୋ ବ୍ଲଡପ୍ରେସର ଏକ ମାରାତ୍ମକ ରୋଗ କହିଲେ ଭୁଲ ହେବ ନାହିଁ, ନିମ୍ନ ରକ୍ତଚାପ ସାଧାରଣ ଭାବେ ଅଧିକ ନମ୍ୱର୍ ଭାବେ ୯୦ ମିଲିମିଟର ପାରା କିମ୍ୱା ନିମ୍ନ ସଂଖ୍ୟା ପାଇଁ କମ୍ ୬୦ ମିମି ଏଚଜି ରୁ କମ୍ ରହିଲେ ଏହାକୁ ରକ୍ତ ଚାପ କୁହାଯାଏ। ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ନିମ୍ନ ରକ୍ତଚାପ ବୋଲି ବିବେଚନା କରାଯାଏ। ନିମ୍ନ ରକ୍ତଚାପରେ କୌଣସି ଆଖିଦୃଶିଆ ଲକ୍ଷଣ ଦେଖା ଯାଏ ନାହିଁ। କିନ୍ତୁ ମୁଣ୍ଡ ବୁଲାଇବା ଓ ବାନ୍ତି ହୋଇପାରେ।

ବେଳେବେଳେ, ନିମ୍ନ ରକ୍ତଚାପ ଜୀବନ ପ୍ରତି ବିପଦ ହୋଇପାରେ। ନିମ୍ନ ରକ୍ତଚାପର କାରଣଗୁଡିକ ବିଷୟରେ କହିବାକୁ ଗଲେ ଡିହାଇଡ୍ରେସନ୍ ଓ ହାଇପୋଟେନସନରୁ ହୋଇଥାଏ। ନିମ୍ନ ରକ୍ତଚାପ ହେଲେ ଶରୀରରେ ଏସବୁ ଲକ୍ଷଣ ଦେଖା ଦିଏ ଯେମିତିକି ଅସ୍ପଷ୍ଟ କିମ୍ବା ଦୁର୍ବଳ ଦୃଷ୍ଟି ଶକ୍ତି ଦେଖାଯିବା, ମୁଣ୍ଡ ବୁଲାଇବା କିମ୍ବା ହାଲୁକା ଲାଗିବା, ଓ ହତାଶ ଲାଗିବା, ଥକାପଣ ଅନୁଭବ କରିବା, ଏକାଗ୍ରତା କରିବାରେ ଅସୁବିଧା ହେବା ଏବଂ ବାନ୍ତି ଲାଗିବା।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ଆଜି ଆସନ୍ତୁ ଜାଣିବା ଲୋ’ ବ୍ଲଡପ୍ରେସର ଥିଲେ କ’ଣ ସବୁ ଖାଇବା ଉଚିତ।

ଡାର୍କ ଚକୋଲେଟ :- ଲୋ ବ୍ଲଡପ୍ରେସର ପାଇଁ ଡାର୍କ ଚକୋଲେଟ ବହୁତ ଭଲ, ଯେତେବେଳେ ଆପଣଙ୍କ ରକ୍ତଚାପ କମ ଥିବା ଅନୁଭବ କରୁଛନ୍ତି ସେତେବେଳେ ସଙ୍ଗେସଙ୍ଗେ ଡାର୍କ ଚକୋଲେଟ ଖାଇପାରିବେ। ଡାର୍କ ଚକୋଲେଟରେ ଫ୍ଲାଭାନୋଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ସ୍ତରକୁ ପରିବର୍ତ୍ତନ ନକରି ବିପିକୁ କଣ୍ଟ୍ରୋଲ କରିବାରେ କ୍ଷମତା ରଖିଥାଏ।

ଅଣ୍ଡା :- ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଅଣ୍ଡା ସବୁଠୁ ଭଲ ଆହର। ଏଥିରେ ଥିବା ଭିଟାମିନ ବି-୧୨ ନାଲି ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୁଏ। ଲୋ-ବିପି ଭଳି ସ୍ଥିତିରେ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଅଙ୍ଗୁର ଜୁସ୍  :- କ୍ତଚାପ ଚିକିତ୍ସାରେ ଅଙ୍ଗୁର ଜୁସର ପ୍ରୟୋଗ ବେଶ ପ୍ରବାଶାଳୀ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବି ସ୍ଥିତିରେ ଯଦି ବ୍ଲଡପ୍ରେସର କମ୍ ହୋଇଯାଏ, ତେବେ ଏକ ଗ୍ଲାସ ଅଙ୍ଗୁର ଜୁସ୍ ପିଇଲେ ଶୀଘ୍ର ଆରାମ ମିଳିଥାଏ। ଅଙ୍ଗୁର ରସରେ ମିଳୁଥିବା ପୋଟାସିୟମ୍ ରକ୍ତ କଣିକାକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

ତରଳ ପଦାର୍ଥ  :- ରକ୍ତଚାପ ରୋଗୀମାନେ ଯେତେ ସମ୍ଭବ ସେତେ ତରଳ ଯୁକ୍ତ ଖାଦ୍ୟ ତଥା ପାଣି ପିଇବା ଉଚିତ। ଶରୀରରେ ପାଣିର ମାତ୍ରା କମ ହେବା ଫଳରେ ରକ୍ତ ଅଭାବ ଦେଖା ଦେଇଥାଏ । ଡାକ୍ତରମାନେ ଏପରି ରୋଗୀଙ୍କୁ ଦିନସାରା ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ପାଣି ବ୍ୟତୀତ ଆପଣ ଫଳ ରସ, ଲସି, ନଡିଆ ପାଣି, ଅଙ୍ଗୁର ଏବଂ ତରଭୁଜ ମଧ୍ୟ ଖାଇପାରିବେ।

ଚିନି ଯୁକ୍ତ ଖାଦ୍ୟ :- ଲୋ’ ବ୍ଲଡ ପ୍ରେସର ଥିବା ରୋଗୀ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା କୋଲ୍ଡ ଡ୍ରିଙ୍କ ସେବନ କରିବା ଉଚିତ। ଯଦି ହଠାତ ରକ୍ତଚାପ କମି ଯାଉଛି ତେବେ ସେହି ସମୟରେ ଏଭଳି କିଛି ଖାଦ୍ୟ ଖାଇବା ଦ୍ୱାରା ଆରାମ ମିଳିଥାଏ।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)