ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଖାଦ୍ୟ: ଆଜି ହିଁ ଏସବୁକୁ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଭୋଗିବେ ଗମ୍ଭୀର ଦଶା...

 

ଓଡ଼ିଆ ଗସିପ ବ୍ୟୁରୋ: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ ।

ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ ଚର୍ମ ପାଇଁ ଧିମା ଜହର ଭାବେ କାର୍ଯ୍ୟ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ବିପଦ ସୃଷ୍ଟି କରେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ଦେଖନ୍ତୁ ଭାଇରାଲ ଭିଡ଼ିଓ: ଅର୍ଦ୍ଧନଗ୍ନ ହୋଇ ନାଚୁଥିଲେ ହଠାତ ଚିଲେଇ ଉଠିଲେ ଦର୍ଶକ, ଜାଣନ୍ତୁ କଣ ଏମିତି ଘଟିଗଲା...

ତୈଳାକ୍ତ ଖାଦ୍ୟ: ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଲେ ବି ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ଖାଇଦେଲେ ତାହା ଯଦିଓ ଚଳନୀୟ କିନ୍ତୁ ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନ ଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ ।

ଚିନି: ଚିନିକୁ ଧଳା ଜହର ଆମ ଶରୀର ଉପରେ ବିଷ ଭାବେ କାର୍ଯ୍ୟ କରେ । ଅଧିକ ଚିନି ଗ୍ରହଣ ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଯଥାସମ୍ଭବ ଏହି ଧଳା ଜହରରୁ ବଞ୍ଚି ରୁହନ୍ତୁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ନିଜକୁ ନିଜେ ବିବାହ ହୋଇ ୨ ମାସ ପରେ କନିଷ୍କା ସୋନି ହେଲେ ଗର୍ଭବତୀ! ଫଟୋ ସେୟାର କରି ଲେଖିଲେ, ‘ମୁଁ ସେଲ୍ଫ ପ୍ରେଗ୍‌ନାଣ୍ଟ…’

ଚେହେରାର ଚମକ ବଢାଇବାକୁ ଚାହୁଁଥିଲେ ନିଜ ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ଏବଂ ଖୁବ କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହାସହ ଅଢେଇରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ ।