କରୋନା ଭୂତାଣୁ ଜାଣିବା ପାଇଁ ଆହୁରି ୬ଟି ନୂଆ ଲକ୍ଷଣ ସାମ୍ନା କୁ ଆସିଲା, ଜାଣନ୍ତୁ କଣ?
ଓଡ଼ିଆ ଗସିପ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣର ନୂଆ ଲକ୍ଷଣ ସାମ୍ନା କୁ ଆସିଛି । ଥଣ୍ଡା, କାଷ ଓ ଜ୍ୱର ସହ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ ହେଉଥିଲେ ତାହା କରୋନାର ଲକ୍ଷଣ ହୋଇଥାଇପାରେ ବୋଲି ପୂର୍ବରୁ କୁହାଯାଇଥିଲା ।
ତେବେ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ CDC ଏଥିରେ ଆଉ ୬ଟି ଲକ୍ଷଣ ସାମିଲ କରିଛି ଦେହହାତ ଥଣ୍ଡା ପଡିଯିବା, କମ୍ପ ଆସିବା, ହେମାଳ ଲାଗିବା, ମାଂସପେଷୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧିବା, ତଣ୍ଟି ଦରଜ ହେବା ଓ ତାସାଙ୍ଗକୁ ରୋଗୀ ସ୍ବାଦ ଓ ବାସ୍ନା ବାରି ନପାରିଲେ ତାହା କୋରନାର ଲକ୍ଷଣ ବୋଲି କହିଛି ସିଡିସି ।
ସିଂପଟମ୍ପସ ଟ୍ରାକର ଆପ୍ ଦ୍ୱାରା ସଂଗୃହିତ ତଥ୍ୟକୁ ବିଶ୍ଳେଷଣ କରି ଆମେରିକା ଓ ବ୍ରିଟେନ ବୈଜ୍ଞାନିକମାନେ ନୂଆ ଲକ୍ଷଣଗୁଡିକୁ ସାମିଲ କରିଛନ୍ତି ।
ଖାସ୍ କରି ରୋଗୀଙ୍କଠାରେ ସ୍ବାଦ ଓ ଘ୍ରାଣ ଶକ୍ତି ହ୍ରାସ କରୋନା ସଂକ୍ରମଣର ପ୍ରମୁଖ ଲକ୍ଷଣ ବୋଲି ବୈଜ୍ଞାନିକମାନେ କହିଛନ୍ତି ।ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଏଯାଏଁ ଅଧିକାଂଶ କରୋନା ସଂକ୍ରମିତଙ୍କଠାର ଏହି ଲକ୍ଷଣ ଦେଖାଦେଇଥିବା କୁହାଯାଇଛି ।