ରାଜ୍ୟରେ ୬୧୬ ନୂଆ ଆକ୍ରାନ୍ତ, ପୁଣି ନୂଆ ରେକର୍ଡ କଲା ଗଞ୍ଜାମ, ଜାଣନ୍ତୁ କାହିଁକି…

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆ ନୂଆ ରେକର୍ଡ ପାର୍ କରୁଥିବା କରୋନା ଭାଇରସ ଆଜି ବି ନୂଆ ରେକର୍ଡ କରିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୮,୭୫୦ ସୁସ୍ଥ ହୋଇସାରିଥିବା ବେଳେ ୪,୮୯୬ ଚିକିତ୍ସାଧୀନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆ ନୂଆ ରେକର୍ଡ ପାର୍ କରୁଥିବା କରୋନା ଭାଇରସ ଆଜି ବି ନୂଆ ରେକର୍ଡ କରିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୮,୭୫୦ ସୁସ୍ଥ ହୋଇସାରିଥିବା ବେଳେ ୪,୮୯୬ ଚିକିତ୍ସାଧୀନ ଅଛନ୍ତି । ୭୦ ଜଣଙ୍କ ମୃତ୍ୟୁ ବି ଘଟିଛି । ଆଉ ୨୧ ଜଣ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି ।

ନୂତନ ଭାବେ ଚିହ୍ନଟ ଏହି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୨୦୧ଟି ଲୋକାଲ୍ କେସ୍‌ । ସେହିପରି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୭, ବରଗଡ଼ରୁ ୩୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨, କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତି ଜଣେ, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୯, କୋରାପୁଟରୁ ୫୦, ମାଲକାନଗିରିରୁ ୧୪, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୪୦, ନୂଆପଡ଼ାରୁ ୫, ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।