ଲମ୍ବା ଗାଜର ଖାଅ ଦୀର୍ଘାୟୁ ହୁଅ; ଜାଣି ରଖନ୍ତୁ ଆଉ କଣ ରହିଛି ଭଲ କଥା…

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯାହାର ମନ ସୁସ୍ଥ, ଶରୀର ସୁସ୍ଥ ସେ ଜୀବନରେ ଖୁସି ହିଁ ଖୁସି ପାଇଥାଏ । ଦୁଃଖ ବେଳରେ ମଧ୍ୟ ସୁଖି ରହିବାର କଳା ଶିଖାଏ । ସୁନ୍ଦର ସ୍ୱାସ୍ଥ୍ୟ ହେଉ ଅବା ଚେହେରା ସବୁରି ପାଇଁ ଦୈନିନ୍ଦିନ ଜୀବନ ଚର୍ଯ୍ୟା ବେଶ୍ ଉପକାରୀ ହୋଇଥାଏ । ତେବେ ଅନେକ ଫଳ ମୂଳ ଓ ଅମୃତ ମଧ୍ୟରେ ଗାଜରର ଭୂମିକା ଅଧିକ । ତେବେ ଚାଲନ୍ତୁ ଆଜି
 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯାହାର ମନ ସୁସ୍ଥ, ଶରୀର ସୁସ୍ଥ ସେ ଜୀବନରେ ଖୁସି ହିଁ ଖୁସି ପାଇଥାଏ । ଦୁଃଖ ବେଳରେ ମଧ୍ୟ ସୁଖି ରହିବାର କଳା ଶିଖାଏ । ସୁନ୍ଦର ସ୍ୱାସ୍ଥ୍ୟ ହେଉ ଅବା ଚେହେରା ସବୁରି ପାଇଁ ଦୈନିନ୍ଦିନ ଜୀବନ ଚର୍ଯ୍ୟା ବେଶ୍ ଉପକାରୀ ହୋଇଥାଏ । ତେବେ ଅନେକ ଫଳ ମୂଳ ଓ ଅମୃତ ମଧ୍ୟରେ ଗାଜରର ଭୂମିକା ଅଧିକ । ତେବେ ଚାଲନ୍ତୁ ଆଜି ସ୍ୱାସ୍ଥ୍ୟ ଟିପ୍ସରେ ଆଜି ଜାଣିବା ଗାଜର ସମ୍ପର୍କରେ ଅନେକ କିଛି ।…

ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟା ଦିଶୁଛି ତେବେ ଆପଣଙ୍କର ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ।

ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ପ୍ରଚୁର ପରିମାଣର ଗାଜର ଖାଆନ୍ତୁ। ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟା କେରୋଟିନ୍‌ ତତ୍ତ୍ୱ ଥାଏ ଯାହା ଥାଇରଏଡ୍‌କୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏ ଗାଜର ଖାଇଲେ ଥାଇରଏଡ୍‌ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍‌ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍‌ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍‌ ସମସ୍ୟା ପ୍ରାୟ କମ୍‌ ହୋଇଯିବ।

ସେଓରେ ପେକ୍ଟିନ୍‌ ଏବଂ ଫାଇବର୍‌ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଦିନରେ ଗୋଟିଏ ବିଟ୍‌ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍‌ କମ୍‌ କରିବାର ତତ୍ତ୍ୱ ଥାଏ। ଏଥିରେ ଇମ୍ୟୁନ୍‌ ସିଷ୍ଟମ୍‌ ବଢିଥାଏ ଏବଂ ଥାଇରଏଡ୍‌ ହରମୋନ୍‌ ନିୟନ୍ତ୍ରିତ ହୋଇଥାଏ।

ଯେଉଁ ଲୋକଙ୍କଠାରେ ଥାଇରଏଡ୍‌ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ। ଥଣ୍ଡାପାନୀୟ, ଦହି, ଚକଲେଟ୍‌ , କୁକିଜ୍‌ , ପେଷ୍ଟ୍ରି ଆଦି ସେବନ କରନ୍ତୁ ନାହିଁ।

ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଥାଇରଏଡ୍‌ ଅଧିକ ବଢିଥାଏ।  ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ମିଠା, ଲୁଣି, ରାଗ ଅଧିକ ଖାଆନ୍ତୁ ନାହିଁ।