ପାର୍ଟନରଙ୍କ ସହ ପାଟିତୁଣ୍ଡ କରୁଛନ୍ତି କି? ସାବଧାନ ଭାଙ୍ଗିଯ।ଇପାରେ ସମ୍ପର୍କ

ଓଡ଼ିଆ ଗସିପ୍ ବ୍ୟୁରୋ: ବଦଳୁଛି ସମୟ ଆଉ ସମୟ ସହ ବଦଳୁଛି ଆମ ସମସ୍ତଙ୍କ ଜୀବନ ଶୈଳୀ । ଅତି ଛୋଟ ଛୋଟ କଥାରେ ଆମେ ରାଗିଯାଉ । ଭୁଲ୍ କାହାର ଥାଉ ନା କାହିଁକି ଆମେ ନିଜ ଭୁଲ କୁ ମାନିବାକୁ ନାରାଜ । ହଁ ଏଥିପାଇଁ ଆମେ ତ କମ କଷ୍ଟ ସହୁ କିନ୍ତୁ ଆମ ସାମ୍ନା ଲୋକ ସବୁଠୁ ଅଧିକ କ୍ଷତି ସହିଥାନ୍ତି । ଆଉ ଯଦି ପ୍ରେମୀଯୁଗଳ ଏଭଳି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ କଥା ସରିଲା । ଏତେ ଦିନର ପ୍ରେମ ସମ୍ପର୍କ କେଇ ସେକେଣ୍ଡର ରାଗ ରୁଷା ଆଉ ଅଭିମାନରେ ଶେଷ ହୋଇଯ।ଏ ।
ଆପଣ ଯଦି ଏମିତି ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଏହାର ସମାଧାନ ଖୋଜୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହି ସୁନ୍ଦର ଓ ଉପାଦେୟ ଲେଖା ।
– ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ପରିପ୍ରକାଶ କରନ୍ତୁ। ଦେଖିବେ ସମୟକ୍ରମେ ଆପଣଙ୍କ ରାଗ, ରୋଷ ଦୂର ହୋଇଯିବ।
– ପରିବାର ସଦସ୍ୟଙ୍କ ସହ କଥା କଟାକଟି ହେଲେ ଜଣେ ଅତିଷ୍ଠ ହୋଇ ରାଗିଯାଏ। ଏଭଳି ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସେହି ସ୍ଥାନରୁ ଦୂରେଇ ଆସନ୍ତୁ। ଟିଭିରେ ନିଜ ମନପସନ୍ଦର କାର୍ୟ୍ୟକ୍ରମ ଦେଖିପାରିବେ ନଚେତ୍ କୌଣସି ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖିବା ଭଲ।
– ପାଖରେ ଛୋଟ ଫୁଟବଲ୍ ଥିଲେ କିଛି ସମୟ ଖେଳନ୍ତୁ। ବିଶେଷଜ୍ଞଙ୍କ ମତରେ ମନରୁ ନକରାତ୍ମକ ଭାବନା ଦୂର କରାଇବାରେ ଏହି ଉପାୟ ଖୁବ୍ ସହାୟକ।
– ସବୁବେଳେ ମନେରଖନ୍ତୁ ରାଗିଲେ ସମସ୍ୟାର ସମାଧାନ ହୋଇ ନ ଥାଏ, ବରଂ ସ୍ଥିର ଚିତ୍ତରେ ଓ ଶାନ୍ତ ମନରେ ସମସ୍ତଙ୍କ ସହ ବାର୍ତ୍ତାଳାପ କରନ୍ତୁ।
– ସକାଳୁ ଉଠିବା ପରେ କିଛି ସମୟ ଧ୍ୟାନ ଅଭ୍ୟାସ ଆରମ୍ଭ କଲେ ମଧ୍ୟ ମନ ଶାନ୍ତ ହୋଇଥାଏ। ୧ ସପ୍ତାହ ୧୦ ମିନିଟ୍ ଧରି ଧ୍ୟାନ କଲେ ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଆପଣ ନିଜେ ଉପଲବ୍ଧି କରିପାରିବେ।