ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା, ଦୂରେଇ ରହିଲେ ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ଶେଷରେ ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ । ତେବେ କେଉଁ କାରଣ ପାଇଁ ଶ୍ରୀ ଷଡ଼ଙ୍ଗୀ ଶାସକ ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକ୍ରିୟାରୁ ଦୂରେଇଲେ ତାହା ଖୋଦ୍ ଦଳର ନେତା ଓ ଆଶାୟୀ ପ୍ରାର୍ଥୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସମ୍ପ୍ରତ୍ତି ବିଜେଡିରେ ସୃଷ୍ଟି ହୋଇଥିବା ଦଳିୟ କନ୍ଦଳ, ବିଭାଜିତ ଗୋଷ୍ଠୀ, ଏକ
 

ଭୁବନେଶ୍ୱର: ଶେଷରେ ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ । ତେବେ କେଉଁ କାରଣ ପାଇଁ ଶ୍ରୀ ଷଡ଼ଙ୍ଗୀ ଶାସକ ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକ୍ରିୟାରୁ ଦୂରେଇଲେ ତାହା ଖୋଦ୍ ଦଳର ନେତା ଓ ଆଶାୟୀ ପ୍ରାର୍ଥୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସମ୍ପ୍ରତ୍ତି ବିଜେଡିରେ ସୃଷ୍ଟି ହୋଇଥିବା ଦଳିୟ କନ୍ଦଳ, ବିଭାଜିତ ଗୋଷ୍ଠୀ, ଏକ ଛତ୍ରବାଦ ଓ ଚାଟୁକାରମାନଙ୍କ ବିଶୃଙ୍ଖଳୀତ ଆଚରଣ ଯୋଗୁ ବିବାଦରୁ ଊର୍ଦ୍ଧରେ ରହିବା ପାଇଁ ଶ୍ରୀ ଷଡ଼ଙ୍ଗୀ କୁଆଡ଼େ ଦୂରେଇ ଯାଇଛନ୍ତି ।

ଏହା ସତ୍ୟ ଯେ, ୨୦୧୪ ନିର୍ବାଚନ ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ବିଚକ୍ଷଣ ଗୋଟି ଚାଳନା ଓ ଗୋଇନ୍ଦା ଇନପୁଟ୍ ଆଧାରରେ ବିଜେଡି ଯଥେଷ୍ଟ ସଫଳତା ହାସଲ କରି ସରକାର ଗଢ଼ିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡିରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ମନମାନି ଯୋଗୁ ଶ୍ରୀ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲେ ।

ଏକ ବର୍ଷ ହେଲା ସେ ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀରୁ ବଦଳି ହୋଇ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେବା ପରେ ବିଜେଡି ବା ଶାସକ ଦଳର ଅଭ୍ୟନ୍ତରୀଣ ମାମାଲାରେ ମୁଣ୍ଡ ଖେଳାଇ ନଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଶ୍ରୀ ଷଡ଼ଙ୍ଗୀଙ୍କୁ କୁହାଯାଇଥିଲେ ମଧ୍ୟ ସେ ଦୂରେଇ ଯାଇଥିବା ଜଣାପଡିଛି ।