‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’, କୁତୁକୁତୁ କରିଛି ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ

ଭୁବନେଶ୍ୱର: ହିନ୍ଦୀରେ ଏକ ଢ଼େଗ ଅଛି ‘ସମଝଦାର କୋ ଇସାରା ହି କାଫି ହେ’ । ଏଭଳି ଢ଼େଗ ଏଠି ଉଠାଇବା ଅପଣମାନଙ୍କୁ ଚିକତ କରୁଥାଇ ପାରେ । କିନ୍ତୁ ଏହି ଢ଼େଗ ଏବେ ପୁଲିସ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମସ୍ତଙ୍କ ମୁହଁରେ ଏବେ ଏହି ଢ଼େଗ ଶୁଣିବାକୁ ମିଳିଛି । କାରଣ କିଛି ଦିନ ତଳେ ୟୁନିଟ-୩ ଅଚଂଳରେ ଏମିତି ଏକ ଘଟଣା ଘଟିଥିଲା ଯାହା ବୁଝିପାରୁଥିବା ଜଣେ ବ୍ୟକ୍ତିକୁ ଏକ ଇଙ୍ଗିତ
 

ଭୁବନେଶ୍ୱର: ହିନ୍ଦୀରେ ଏକ ଢ଼େଗ ଅଛି ‘ସମଝଦାର କୋ ଇସାରା ହି କାଫି ହେ’ । ଏଭଳି ଢ଼େଗ ଏଠି ଉଠାଇବା ଅପଣମାନଙ୍କୁ ଚିକତ କରୁଥାଇ ପାରେ । କିନ୍ତୁ ଏହି ଢ଼େଗ ଏବେ ପୁଲିସ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମସ୍ତଙ୍କ ମୁହଁରେ ଏବେ ଏହି ଢ଼େଗ ଶୁଣିବାକୁ ମିଳିଛି । କାରଣ କିଛି ଦିନ ତଳେ ୟୁନିଟ-୩ ଅଚଂଳରେ ଏମିତି ଏକ ଘଟଣା ଘଟିଥିଲା ଯାହା ବୁଝିପାରୁଥିବା ଜଣେ ବ୍ୟକ୍ତିକୁ ଏକ ଇଙ୍ଗିତ ଭରା ଇସାରା ପୁରା ଘଟଣାକୁ ବୁଝାଇବାରେ ଯଥେଷ୍ଟ ଅଟେ । କାରଣ ଉକ୍ତ ଅଚଂଳରେ ଏକ ସ୍କୁଲରେ ଯୋଗ ଦେଇଥିବା ଜଣେ ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତ ପୁରା ପୁଲିସ ମହଲରେ କୁତୁକୁତିଆ ମାହୋଲ ସୃଷ୍ଟି କରିଛି ।

ଘଟଣାଟି କିଛି ଏହିପରି, କିଛି ଦିନ ତଳେ ୟୁନିଟ-୩ ଅଚଂଳରେ ଥିବା ଏକ ସରକାରୀ ସ୍କୁଲରେ କମିଶନରେଟ ପୁଲିସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହା ରାଜଧାନୀବାସୀଙ୍କ ପାଇଁ ଥିଲା ସ୍ୱାଗତଯୋଗ୍ୟ । ଏହି କାର୍ଯ୍ୟକ୍ରମରେ ପୁଲିସ ଡିଜି ଠାରୁ ଆରମ୍ଭ କରି ପୁଲିସ କମିଶନର ଏବଂ ଆଇଏଏସ ଅଫିସର ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅରମ୍ଭରୁ ସମସ୍ତଙ୍କୁ ମଞ୍ଚ ଉପରକୁ ଡକା ଯାଇଥିଲା । ଏହାଛଡ଼ା ମଞ୍ଚ ଉପରେ ସ୍କୁଲର ହେଡମିଷ୍ଟ୍ରେସ୍ ମଧ୍ୟ ବସିଥିଲେ । ସମୟ ଗଡିବା ସାଙ୍ଗକୁ ସଭା କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବଢ଼ିଥିଲା । ଗୋଟିଏ ପରେ ଗୋଟିଏ ଅତିଥି ନିଜ ଅଭିଭାଷଣ ରଖିଥିଲେ ।

ଠିକ୍ ଏହି ସମୟରେ ଜଣେ ଆଇଏଏସ ଅଫିସର ତାଙ୍କ ବକ୍ତବ୍ୟ ରଖିଥିଲେ । ଭାଷଣ ଆରମ୍ଭ କରିବା ବେଳେ ସ୍କୁଲ ହେଡମିଷ୍ଟ୍ରେସ୍ ଙ୍କ ଆଡକୁ ଚାହିଁ ଟିକେ ସୁଇଟ୍ ସ୍ମାଇଲ ଦେଇ କହିଥିଲେ ‘ତୁମେ ସ୍କୁଲ ହେଡମିଷ୍ଟ୍ରେସ୍ ନୁହେଁ କଲେଜର ପ୍ରିନ୍ସିପାଲ ହେବାର ଥିଲା’ । ଆଇଏଏସ ଅଫିସରଙ୍କ ଏହି କଥା ଶୁଣି ସ୍କୁଲ ଅଧ୍ୟକ୍ଷା ମଧ୍ୟ ଟିକେ ମୁରୁକି ହସି ପକାଇଥିଲେ । ତାଙ୍କୁ ବାଦ ଦେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ ଅଧିକାରୀ ମଧ୍ୟ ମୁରୁକି ମୁରୁକି ହସିଥିଲେ । କିନ୍ତୁ ପରଦିନ ଆଇଏଏସ ଅଫିସରଙ୍କ ଏହି ଇଙ୍ଗିତକୁ ନେଇ ପୁଲିସ ମହଲରେ ଟୁପୁରୁଟାପୁରୁ ମାହୋଲ ଦେଖିବାକୁ ମିଳିଥିଲା । ଏହି ଇଙ୍ଗିତ କୌତୁହଳ ପରିବେଶ ସୃଷ୍ଟି କରିବା ସାଙ୍ଗକୁ ସମସ୍ତଙ୍କ ମୁହିଁରୁ ଗୋଟିଏ କଥା ବାହାରିଥିଲା ‘ସମଝଦାର କୋ ଇସାରା ହି କାଫି ହେ’ ।