ଖାକି ବଦନାମ, ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରିଲେ ସୁରକ୍ଷା କର୍ମୀ

ଭୁବନେଶ୍ୱର: ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳେ ଏମିତି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ ଛିଟାର ଦାଗ ଲଗାଇଥିବା ଚର୍ଚ୍ଚା ଜୋର ଧରିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଖାକି ବଦନାମ ହୋଇଛି । କାରଣ ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରୁଥିଲେ ସୁରକ୍ଷା କର୍ମୀ
 

ଭୁବନେଶ୍ୱର: ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳେ ଏମିତି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ ଛିଟାର ଦାଗ ଲଗାଇଥିବା ଚର୍ଚ୍ଚା ଜୋର ଧରିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଖାକି ବଦନାମ ହୋଇଛି । କାରଣ ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରୁଥିଲେ ସୁରକ୍ଷା କର୍ମୀ । ତାହା ପୁଣି ସେ କୌଣସି ସାଧାରଣ ବନ୍ଧୁକ ନୁହେଁ ବରଂ ଯୁବତୀଙ୍କ ହାତରେ ଥିଲା ଏକେ-୪୭ । ଯାହା ଏକ ଘାତକ ବନ୍ଧୁକ ହିସାବରେ ପୁରା ବିଶ୍ୱରେ ପରିଚିତ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସୁରକ୍ଷା କର୍ମୀ ଜଣଙ୍କ ଡ୍ୟୁଟିରେ ଥାଉ ଥାଉ କେମିତି ଜଣେ ଯୁବତୀଙ୍କୁ ଏକେ-୪୭ ଧରିବାକୁ ଦେଲେ । ଉକ୍ତ ସନ୍ଦିଗ୍ଧ ଯୁବତୀ ଜଣଙ୍କ କିଏ? କାହିଁକି ଏହି ସୁରକ୍ଷା କର୍ମୀ ଜଣଙ୍କ ଏଭଳି ଘାତକ ବନ୍ଧୁକ ଯୁବତୀଙ୍କୁ ଧରିବାକୁ ଦେଇଥିଲେ । ଯଦି ସେହି ସମୟରେ କିଛି ଅଘଟଣ ଘଟି ଥାଆନ୍ତା ତାହାଲେ ଦାୟୀ କିଏ ରହିଥାଆନ୍ତା । ତେବେ ଏହି ସୁରକ୍ଷା କର୍ମୀ ଜଣଙ୍କ କିଏ? ସୁରକ୍ଷା କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ଉଚ୍ଚ କର୍ତୃପକ୍ଷ?

ଘଟଣାଟି ଘଟିଛି ଅତିଥିମାନଙ୍କ ପାଇଁ ହୋଇଥିବା ଷ୍ଟେଜ ଆର ପାର୍ଶ୍ୱରେ । ସିସିଟିଭି ଫୁଟେଜ ଯାଂଚ କଲେ ପୁରା ଦୁର୍ଶ୍ୟ ସାମ୍ନାକୁ ଆସିପାରିବ ବୋଲି ଦାବି ଜୋର ଧରିଛି ।

ଆଗରୁ ମଧ୍ୟ ଏମିତି ଏକ ଘଟଣା ସପ୍ତମ ବାଟାଲିୟନରେ ଘଟିସାରିଛି । ପାସିଂ ଆଉଟ୍ ପରେଡ୍ ପରେ କିଛି ବନ୍ଧୁକଧାରୀ କର୍ମଚାରୀ ସେମାନଙ୍କ ସମ୍ପର୍କୀୟଙ୍କୁ ବନ୍ଧୁକ ଦେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆକ୍ରୋଷର ଶିକାର ହୋଇଥିଲେ । ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

ପୁଲିସ ସର୍ଭିସ କୋଡ୍ ଅଫ କଣ୍ଡକ୍ଟରେ ନିୟମ ରହିଛି, କୌଣସି ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକ ନିଜ ହେଫାଜତରେ ରଖିବେ ।