ଫେସଆପ ଡାଉନଲୋଡ କଲେ ଚୋରି ହୋଇଯିବ ତଥ୍ୟ, ଆମେରିକା କଲା ବ୍ୟାନ, ଭାରତରେ ଖୁବଶୀଘ୍ର

ଫେସ୍ ଆପ୍କୁ ନେଇ ଚାଲିଛି ନୂଆ ଟ୍ରେଣ୍ଡ । ଭବିଷ୍ୟତରେ ବୁଢା ବୟସରେ ଆପଣ କିଭଳି ଦେଖାଯିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ । ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଏହି ଫେସ୍ ଆପ୍ । ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ଆପର ପ୍ରଚଳନକୁ ଆମେରିକାରେ ନିଶିଦ୍ଧ
 

ଫେସ୍‌ ଆପ୍‌କୁ ନେଇ ଚାଲିଛି ନୂଆ ଟ୍ରେଣ୍ଡ । ଭବିଷ୍ୟତରେ ବୁଢା ବୟସରେ ଆପଣ କିଭଳି ଦେଖାଯିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ । ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଏହି ଫେସ୍‌ ଆପ୍‌ । ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ଆପର ପ୍ରଚଳନକୁ ଆମେରିକାରେ ନିଶିଦ୍ଧ କରାଯାଇଛି ।

ଦେଶରେ ଏବେ ଚାଲିଛି ଫେସ୍‌ ଆପ୍‌ର ଟ୍ରେଣ୍ଡ । ସମସ୍ତେ ନିଜ ଆଣ୍ଡ୍ରୋଏଡ ମୋବାଇଲରେ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ଇଚ୍ଛୁକ । ତେବେ ଏହାକୁ ଡାଉନ୍‌ଲୋଡ୍ କରିବାର କାରଣ କ’ଣ । ଏହି ଆପ୍‌ ଦ୍ବାରା ଆପଣ ଜାଣିପାରିବେ ଭବିଷ୍ୟତରେ ଆପଣ କିପରି ଦେଖାଯିବେ । ଅର୍ଥାତ୍‌ ବୁଢାବେଳେ ହେଉ କି ୟଙ୍ଗ ଏଜ୍‌ରେ ଆପଣଙ୍କ ଫେସ୍‌ କେମିତି ଦେଖାଯିବ ।

କେବଳ ନିଜର ନୁହେଁ ଦେଶର ବଡବଡ ସେଲିବ୍ରିଟି ମାନଙ୍କ ଫଟୋ ମଧ୍ୟ ଏହି ଆପରେ ଲୋଡ୍‌କରି ସେମାନେ ଭବିଷ୍ୟତରେ କେମିତି ଦେଖାଯାଉଛନ୍ତି ତାହା ଦେଖୁଛନ୍ତି ପ୍ରଶଂସକ । ଭାରତୀୟ କ୍ରିକେଟ୍‌ ଟିମ୍‌ ସଦସ୍ୟ ହୁଅନ୍ତୁ କି ବଲିଉଡ୍‌ ଅଥବା ହଲିଉଡ୍‌ ଷ୍ଟାର ସମସ୍ତଙ୍କ ଫେସ୍‌ ଆପ୍‌ ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି । ସେମାନଙ୍କ ଫଟୋ ଦେଖି ଅନ୍ୟମାନେ ବି ଫେସ୍‌ ଆପ୍‌ ଜରିଆରେ ନିଜ ଫଟୋ ଡାଉନ୍‌ ଲୋଡ୍ କରି ଦେଖୁଛନ୍ତି ।

ତେବେ ଏହି ଆପ୍‌କୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏହି ଆପ୍‌ ଦ୍ବାରା ଆପଣଙ୍କ ସମସ୍ତ ସିକ୍ରେଟ୍‌ ଲିକ୍‌ ହେବାର ଚାନ୍ସ ରହିଛି । ମୋବାଇଲରେ ଫେସ୍ ଆପ୍‌କୁ ଡାଉନଲୋଡ୍‌ କଲେ ଆପଣଙ୍କ ସମସ୍ତ ସିକ୍ରେଟ୍‌ ତଥ୍ୟ ଆଡମିନ ପାଖକୁ ଚାଲିଯିବ । ଆଉ ଆଡମିନ ଚାହିଲେ ସେହି ତଥ୍ୟକୁ ଯେଉଁଠାରେ ଚାହିଁବେ ସେଠାରେ ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏକ ଋଷୀୟ କମ୍ପାନୀ ଏହି ଆପ୍‌ ବାହାର କରିଥିବା କୁହାଯାଉଛି । ଏହି ଆପ୍ ଦ୍ବାରା ଆପଣଙ୍କ ଫଟୋର ବୟସ କେବଳ ବଢିବା ଦେଖାଯାଏ ନାହିଁ, ଆପଣଙ୍କ ବୟସ କମାଇବା ପରି ବ୍ୟବସ୍ଥା ବି ରହିଛି । ଏଥିରେ ଫଟୋକୁ ବିଭିନ୍ନ ରୂପ ଦିଆଯାଇ ପାରୁଛି । ଏହି ଆପକୁ ଆମେରିକାର ସିନେଟ ତାଙ୍କ ଦେଶରେ ବ୍ୟାନ କରିବାକୁ ପଦକ୍ଷେପ ନେଇଛନ୍ତି । ଭାରତରେ ଏହି ଆପ୍‌କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ଏହି ଆପ୍ ଦ୍ବାରା ସେମାନେ ବିପଦରେ ପଡିବାରେ ଯଥେଷ୍ଟ ସମ୍ଭାବନା ବି ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଆପକୁ ଡାଉନ୍‌ଲୋଡ୍‌ କରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦେଶ ବିଦେଶର ଲୋକେ ।

ଏହି ଆପକୁ ଡାଉନଲୋଡ୍ କରିବା ପୂର୍ବରୁ ଜନସାଧାରଣ ଭଲକରି ଏହାର ନିୟମାବଳିକୁ ପଢନ୍ତୁ । ଯଦି ଏହି ଆପ ସେମାନଙ୍କୁ ଠିକ ଲାଗୁନାହିଁ ତେବେ ଏହାକୁ ଡାଉନଲୋଡ୍‌ କରିବାରୁ ନିବୃତ୍ତ ରୁହନ୍ତୁ ।