ଅଯୋଧ୍ୟାର ‘ଶ୍ରୀରାମ’ କାହାର? ମନରେ ଆସୁଛି କି ଏହି ପ୍ରଶ୍ନ…

ଓଡ଼ିଆ ଗସିପ୍ ବ୍ୟୁରୋ: ଶହ ଶହ ବର୍ଷର ଅପେକ୍ଷା ଶେଷରେ ରଙ୍ଗ ଆଣିଲା । କୋଟି କୋଟି ରାମ ଭକ୍ତଙ୍କ ଆରାଧନାର ଫଳ ଫଳିଲା । ରକ୍ତପାତ, ରକ୍ତାକ ରାମଭକ୍ତ ଆଜି ନିଜ ବଳିଦାନ ବଳରେ ପବିତ୍ର ଅଯୋଧ୍ୟା ମାଟିରେ ଯୁଗପୁରୁଷ ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ଲାଗି ଶିଳାନ୍ୟାସର ଦିବ୍ୟ ଦୃଶ୍ୟ ଆଖିରେ ଦେଖିଲା । ଅଯୋଧ୍ୟା ନଗରୀକୁ ଯାଇ ନହେଲା ନାହିଁ ହେଲେ ଟିଭି ପରଦାରେ ଭୂମିପୂଜନ ଏବଂ ଶିଳାନ୍ୟାସ ସିଧାପ୍ରସାରଣର ଦୁର୍ଲଭ ଚିତ୍ର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶହ ଶହ ବର୍ଷର ଅପେକ୍ଷା ଶେଷରେ ରଙ୍ଗ ଆଣିଲା । କୋଟି କୋଟି ରାମ ଭକ୍ତଙ୍କ ଆରାଧନାର ଫଳ ଫଳିଲା । ରକ୍ତପାତ, ରକ୍ତାକ ରାମଭକ୍ତ ଆଜି ନିଜ ବଳିଦାନ ବଳରେ ପବିତ୍ର ଅଯୋଧ୍ୟା ମାଟିରେ ଯୁଗପୁରୁଷ ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ଲାଗି ଶିଳାନ୍ୟାସର ଦିବ୍ୟ ଦୃଶ୍ୟ ଆଖିରେ ଦେଖିଲା ।

ଅଯୋଧ୍ୟା ନଗରୀକୁ ଯାଇ ନହେଲା ନାହିଁ ହେଲେ ଟିଭି ପରଦାରେ ଭୂମିପୂଜନ ଏବଂ ଶିଳାନ୍ୟାସ ସିଧାପ୍ରସାରଣର ଦୁର୍ଲଭ ଚିତ୍ର ଦେଖି ମନ୍ତ୍ରମୁଗ୍ଧ ହୋଇଛି । ଘରେ ଦୀପ ଜାଳି, ରାମନାମ ଜପ କରି ଆରାଧ୍ୟ ଠାକୁର ଶ୍ରୀରାମଚନ୍ଦ୍ରଙ୍କ ପାଇଁ ନିର୍ମାଣ ହେବାକୁ ଥିବା ମନ୍ଦିର ପାଇଁ ପ୍ରାର୍ଥନା କରିଛନ୍ତି ।

5 ଶହ ବର୍ଷର ଆଜି ଅଗଷ୍ଟ 5ରେ ସିନା ସରିଲା ଏବେ ମନରେ କିନ୍ତୁ ଗୋଟିଏ ଆଶା ଓ ସ୍ୱପ୍ନ । କେମିତି ଶୀଘ୍ର ଶୀଘ୍ର ତିନିଟା ବର୍ଷ କଟିଯିବ ଏବଂ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ, ବିଶାଳକାୟ ମନ୍ଦିର ନିର୍ମାଣ ହେଲେ ସଶରୀରେ ଯାଇ ମର୍ଯ୍ୟଦା ପୁରୁଷୋତ୍ତମଙ୍କୁ ଦର୍ଶନ ଟିକେ କରି ଆସିବ ।

ଏହା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଟି କୋଟି ହିନ୍ଦୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବଜଙ୍କ ବଳିଦାନ, ରାଷ୍ଟ୍ରୀୟ ସ୍ତରର ନେତାଙ୍କ ରାମ ମନ୍ଦିର ପାଇଁ ଆହ୍ୱାନ, ବିପ୍ଲବ ଏବଂ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ସେହି ମୁହୁର୍ତ୍ତ ଆସିଛି ଯେବେ ଅଯୋଧ୍ୟାର ପବିତ୍ର ମାଟିରେ ମନ୍ଦିର ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ଯୋଗେ ଦିଲ୍ଲୀରୁ ଲକ୍ଷ୍ନୌ ଏବଂ ସେଠାରୁ ହେଲିକପ୍ଟର ଯୋଗେ ଅଯୋଧ୍ୟାର ସାକେତ ହେଲିପ୍ୟାଡ ଏବଂ ସେଠାରୁ ରାସ୍ତା ହନୁମାନଗଢ଼ିରେ ପହଞ୍ଚିଥିଲେ ।

ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସାମାଜିକ ଦୂରତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ହୁନମାନଗାଢ଼ି ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ରାମଲାଲାଙ୍କ ଅସ୍ଥାୟୀ ମଣ୍ଡପକୁ ଯାଇ ଦର୍ଶନ କରିଥିଲେ ।

ପରେ ସେ ଭୂମିପୂଜନ ସ୍ଥଳକୁ ଯାଇଥିଲେ ଏବଂ ପୂଜାରେ ସାମିଲ ହୋଇଥିଲେ । ବେଦ ଉଚ୍ଚାରଣ ସହ ସେତେବେଳେ ସାରା ସହର ରାମ ନାମରେ ପ୍ରକମ୍ପିତ ହୋଇଥିଲା ଏବଂ ରାଜ୍ୟରୁ ଦେଶ ଓ ଦେଶରୁ ବିଦେଶ ଚାରିଆଡ଼େ କେବଳ ରାମନାମ ରାମନାମ ଶୁଣିବାକୁ ମିଳିଥିଲା ।

ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ସମୟରେ ଭୁମି ପୂଜନ କରୁଥିବା ମୁଖ୍ୟ ପୁରୋହିତ କହିଛନ୍ତି ଯେ ଭୂମି ପୂଜନ ପାଇଁ ଏଠାରେ ମୋଟ ୯ଟି ଇଟା ରଖାଯାଇଥିଲା, ଏହି ଇଟା ଗୁଡିକ ୧୯୮୯ରେ ଭଗବାନ ରାମଙ୍କ ଭକ୍ତମାନେ ସମଗ୍ର ଦେଶ ତଥା ବିଶ୍ବରୁ ପଠାଇଥିଲେ । ରାମ ଭକ୍ତମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ମୋଟ ୨ଲକ୍ଷ ୭୫ହଜାର ଇଟା ପଠାଇଛନ୍ତି । ସେଥିମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀ ରାମ ଲେଖାଯାଇଛି ।

ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଓ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ।