ଅଣଓଡ଼ିଆ ସାମ୍ବାଦିକାଙ୍କ ନିଆରା ‘ଅନୁଭବ’; ବାର କଥା ତେର ନିନ୍ଦା ଦେଉଛନ୍ତି ନିନ୍ଦୁକ

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀରେ ଭେଟଘାଟ ଆଉ ତା ପରେ ପ୍ରେମ । ହୁଏତ ଏହା ପରେ ବର୍ଷାଙ୍କ ପ୍ରମରେ ନ ଭିଜି ଦିଲ୍ଲୀବାଲୀ ପ୍ରେମରେ ଉବୁଟୁବୁ ହେବାକୁ ଚାହୁଁଛନ୍ତି ଓଲିଉଡ ହିରୋରୁ ରାଜନୀତିର ନାୟକ ସାଜିଥିବା ଅନୁଭବ ମହାନ୍ତି । ଲୋକେ କହୁଛନ୍ତି, ଅନୁଭବଙ୍କ ଦିଲ୍ ଦିଲ୍ଲୀରେ ବୁଲା କୁକୁର ଭଳି ବୁଲୁଛି । ଆଉ ଖାସ୍ ଏଥିପାଇଁ ଓଡ଼ିଶାରେ ଏବେ ଚହଳ ପଡ଼ିଛି ଯେ, କଟକିଆ ଟୋକାର ପ୍ରେମ ଟିକେ ନିଆରା , ସେ ବର୍ଷାରେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀରେ ଭେଟଘାଟ ଆଉ ତା ପରେ ପ୍ରେମ । ହୁଏତ ଏହା ପରେ ବର୍ଷାଙ୍କ ପ୍ରମରେ ନ ଭିଜି ଦିଲ୍ଲୀବାଲୀ ପ୍ରେମରେ ଉବୁଟୁବୁ ହେବାକୁ ଚାହୁଁଛନ୍ତି ଓଲିଉଡ ହିରୋରୁ ରାଜନୀତିର ନାୟକ ସାଜିଥିବା ଅନୁଭବ ମହାନ୍ତି ।

ଲୋକେ କହୁଛନ୍ତି, ଅନୁଭବଙ୍କ ଦିଲ୍ ଦିଲ୍ଲୀରେ ବୁଲା କୁକୁର ଭଳି ବୁଲୁଛି । ଆଉ ଖାସ୍ ଏଥିପାଇଁ ଓଡ଼ିଶାରେ ଏବେ ଚହଳ ପଡ଼ିଛି ଯେ, କଟକିଆ ଟୋକାର ପ୍ରେମ ଟିକେ ନିଆରା , ସେ ବର୍ଷାରେ ଭିଜିପାରେ ଓ ବର୍ଷାକୁ ବନ୍ୟା ଓ ବିପତ୍ତି ପାଇଁ ଦାୟୀ କରି ନିଜ ଲୋକହସା ନିଜେ କରିପାରେ ।

ଏ ସବୁ ଘଟଣାକୁ ନେଇ କିନ୍ତୁ ଅନୁଭବ କୁହନ୍ତି , ଏଇଟା ସଂପୂର୍ଣ୍ଣ ବ୍ୟକ୍ତିଗତ ମାମଲା। ନ୍ୟାୟାଳୟ ଆଉ ଈଶ୍ବରଙ୍କ ଉପରେ ଭରସା ଅଛି । ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଯିଏ ନ୍ୟାୟରେ ଥିବ ସିଏ ଜିତିବ ।

କିନ୍ତୁ ଆସନ୍ତାକାଲି ଯଦି ପ୍ରମାଣ ହେବ ଯେ ମୁଁ ଓ ମୋ ପରିବାର ସତ କହୁଥିଲୁ ଏବଂ ମୋ ବିରୋଧରେ ହୋଇଥିବା ଅଭିଯୋଗ ମିଛ, ତେବେ ବର୍ତ୍ତମାନ ଗଣମାଧ୍ୟମର ଟିଆରପି ଲଢ଼େଇରେ ମୋ ଅସୁସ୍ଥ ପିତାଙ୍କ ଯଦି ଅଧିକ କିଛି ଦେହ ଖରାପ ହୁଏ ତେବେ ସେଥିପାଇଁ କେଉଁ ଗଣମାଧ୍ୟମ ଦାୟୀ ରହିବ,’ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ।

ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି । ତାଙ୍କର ଗୋଟିଏ ଛୋଟିଆ ଭୁଲ ନିଷ୍ପତ୍ତି ଯୋଗୁଁ ତାଙ୍କ ପରିବାର ଅନେକ ବର୍ଷ କଷ୍ଟ ଭୋଗି ସାରିଲେଣି ବୋଲି ଅନୁଭବ କହିଛନ୍ତି ।

ବର୍ଷା କଟକ ଏସଡିଜେଏମଙ୍କ ଅଦାଲତରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା, ଭରଣପୋଷଣ ଓ କ୍ଷତିପୂରଣ ଦାବିରେ ମାମଲା ରୁଜୁ କରିଛନ୍ତି କିନ୍ତୁ ବ୍ୟବସ୍ଥା ଅନୁଯାୟୀ  ଜିଲ୍ଲାର ସୁରକ୍ଷା ଅଧିକାରୀ (ପ୍ରୋଟେକ୍ସନ ଅଫିସର) ରିପୋର୍ଟ ଦାଖଲ କରି ନ ଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି ।