ନିଜକୁ ନିଜେ କେମିତି ହେବେ ବିବାହ; କେମିତି ପାଇବେ ଶାରୀରିକ ସୁଖ? ହସ୍ତ ମୈଥୁନ ହିଁ ବିକଳ୍ପ

ଆସନ୍ତା ୧୧ ତାରିଖରେ ସ୍ୱବିବାହ କରିବେ କ୍ଷମା ବିନ୍ଦୁ 

 

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହ, ଏକ ପବିତ୍ର ସମ୍ପର୍କ । ଦୁଇଟି ମନ ଓ ଶରୀରର ମିଳନ । ଦୁଇଟି ଅଜଣା ପରିବାର ମଧ୍ୟରେ ଗଢ଼ି ଉଠୁଥିବା ସମ୍ପର୍କର ସୁନ୍ଦର ବନ୍ଧନ । କନ୍ୟାପିତାମାତା କନ୍ୟାଦାନ କରି ପୁର୍ଣ୍ଣ୍ୟ ଅର୍ଜନ କରିବାକୁ ସ୍ୱପ୍ନ ଦେଖନ୍ତି । ଠିକ୍ ସେହିଭଳି ପୁଅର ପରିବାର ଘରର ଗୃହଲକ୍ଷ୍ମୀ ଆଣି ନିଜ ସଂସାରକୁ ଆଗକୁ ନେବାର ଗୁରୁ ଦାୟିତ୍ୱ ପୁଅ ଠାରୁ ଆଶା କରିଥାନ୍ତି। ସେପଟେ ଦୁଇ କୁଳର ହିତା ହୋଇ ପରିବାରର ମାନ ସମ୍ମାନ ଅକ୍ଷୁର୍ଣ୍ଣ ରଖି ଦୁହିତାର ଧର୍ମ ପାଳନ କରୁ ବୋଲି କନ୍ୟାପକ୍ଷ ନିଜ ଝିଅ ଠାରୁ ଆଶା ରଖିଥାଏ । ଥରେ କିନ୍ତୁ ଚିନ୍ତା କରନ୍ତୁ ସଂସାରରେ ତ ସବୁକିଛି ଠିକ୍ ଚାଲେନି ଅନେକ ସମୟରେ ଅନେକ ପ୍ରକାର ଅସଂଗତି ଦେଖାଯାଇଥାଏ । ଅନେକ ଏହି ବିବାହ ପରମ୍ପରା ଠାକୁ ଭିନ୍ନ କିଛି କରି ଚର୍ଚ୍ଚାକୁ ଆସିଥାନ୍ତି । ଯେମିତିକି ସମଲିଙ୍ଗି ବିବାହ, ବାପା ମାଆଙ୍କ ଇଚ୍ଛା ବିରୋଧରେ ପ୍ରେମ ବିବାହ ଇତ୍ୟାଦି ।

ଆଜି କିନ୍ତୁ ଆମେ ଏସବୁଠୁ ଭିନ୍ନ ଏକ ପ୍ରସଙ୍ଗରେ ଆଲୋଚନା କରିବା, ଯେଉଁଠି ଜଣେ ଯୁବତୀ କୌଣସି ପୁରୁଷଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରି ତାଙ୍କ ସହ ସଂସାର କରିବା ପରିବର୍ତ୍ତେ ନିଜକୁ ନିଜେ ବିବାହ କରି ନିଜକୁ ଭଲ ପାଇବା ସହ ଆଗକୁ ଏମିତି ଏକଲା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମାଜରେ ଭିନ୍ନ ଏକ ବାତାବରଣ ସୃଷ୍ଟି କରିଛି । ତେବେ ଚାଲନ୍ତୁ ଜାଣିବା କିଏ ସେ, କଣ ତାଙ୍କର ପରିଚୟ, କାହିଁକି ସେ ଏମିତି ଅଜବ ଗଜବ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୁଜରାଟ ବଡ଼ୋଦରାର ଝିଅ କ୍ଷମା ବିନ୍ଦୁ । କ୍ଷମା ବିନ୍ଦୁ ମଧ୍ୟ ଅନ୍ୟ ଝିଅଙ୍କ ପରି ନିଜ ବିବାହକୁ ନେଇ ଅନେକ ସପ୍ନ ଦେଖିଛନ୍ତି । ବର୍ତ୍ତମାନ ବିବାହ ନିମନ୍ତେ ଚାଲିଛି ପ୍ରସ୍ତୁତି । ଆସନ୍ତା ୧୧ ତାରିଖରେ ସ୍ୱବିବାହ କରିବେ କ୍ଷମା ବିନ୍ଦୁ । ଏହିପରି ବିବାହ ହୁଏତ କେହିଁ କେବେ କରିନଥିବ । ନେଟରେ ଏ ବିଷୟରେ ସର୍ଚ୍ଚ କରି ନିରାଶ ହୋଇଛନ୍ତି କ୍ଷମା ବିନ୍ଦୁ । ତେବେ ବର୍ତ୍ତମାନ ସମୟରେ କରୁଥିବା ସୋଲ ବିବାହ ନିଷ୍ପତିକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ସମସ୍ତ ରୀତି ନୀତି ପାଳନ କରି ମନ୍ଦିରରେ ବିବାହ କରିବେ କ୍ଷମା ବିନ୍ଦୁ । ୫ଟି ପ୍ରତିଶ୍ରୁତି ଦେବେ ନିଜକୁ ନିଜେ । ବିବାହ ପରେ ୨ସପ୍ତାହ ପାଇ ହାନିମୁନ ଗୋଆ ଯିବେ ବୋଲି ସ୍ଥିର କରିଛନ୍ତି କ୍ଷମା ବିନ୍ଦୁ । ଏହି ସ୍ୱବିବାହକୁ ଅଟୋଗାମୀ ବୋଲି କୁହାଯାଏ । ଏହାର ଅର୍ଥ ନିଜକୁ ଅଧିକ ପ୍ରାଧାନ୍ୟ ଦେବା ।

ସେପଟେ ଏହାକୁ ନେଇ ବିବାଦ କିନ୍ତୁ ଦେଖାଦେଇଛି । ଜୁନ୍‌ ୧୧ ତାରିଖ ଦିନ ଆତ୍ମ-ବିବାହ (ନିଜକୁ ନିଜେ ବାହାହେବା) କରିବା ଲାଗି ନିଷ୍ପତ୍ତି ନେଇଥିବା ବଡ଼ଦୋରାର ୨୪ ବର୍ଷୀୟ କ୍ଷମା ବିନ୍ଦୁଙ୍କୁ ମନ୍ଦିରରେ ବାହା କରାଇ ଦେବେନାହିଁ ବୋଲି ସହରର ବିଜେପି ୟୁନିଟ୍‌ ମୁଖ୍ୟ ସୁନୀତା ଶୁକ୍ଳା କହିଛନ୍ତି। କ୍ଷମା ବିନ୍ଦୁଙ୍କ ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ଳା କହିଛନ୍ତି, ସେ ଯଦି ମନ୍ଦିରରେ ବାହା ହେବାକୁ ଚାହୁଁ ଥାଆନ୍ତି, ଆମେ ତାହା କରାଇ ଦେବୁନାହିଁ। ଏପ୍ରକାର ବିବାହ ହିନ୍ଦୁବାଦ ବିରୋଧୀ।  ସୁନୀତା ଶୁକ୍ଳା କହିଛନ୍ତି ଯେ, ବିନ୍ଦୁ ମାନସିକ ବିକାରଗ୍ରସ୍ତ। ପୁଅଟିଏ ପୁଅକୁ ଅଥବା ଝିଅଟିଏ ଝିଅକୁ ବିଭା ହେବା କଥା ହିନ୍ଦୁ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ। ମୁଁ ଉକ୍ତ ବିବାହ ଅନୁଷ୍ଠାନ ସ୍ଥଳୀର ବିରୋଧ କରୁଛି। କୌଣସି ମନ୍ଦିରରେ ସେ ଆତ୍ମ-ବିବାହ କରିପାରିବ ନାହିଁ। ଏଭଳି ବିବାହ ହିନ୍ଦୁବାଦର ବିରୁଦ୍ଧାଚରଣ କରେ। ଏ ବିବାହ ହିନ୍ଦୁ ଜନସଂଖ୍ୟା ହ୍ରାସ କରିବ। ଯଦି କୌଣସି କଥା ଧର୍ମର ବିରୁଦ୍ଧାଚରଣ କରେ, ତେବେ ଆଉ କୌଣସି ପ୍ରଥା ଅନୁସରଣ କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ଆତ୍ମ-ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କ୍ଷମା ହେଉଛନ୍ତି ସମାଜବିଜ୍ଞାନରେ ସ୍ନାତକ ହାସଲ କରି ସମ୍ପ୍ରତି ଏକ ଘରୋଇ କମ୍ପାନିରେ ବରିଷ୍ଠ ‘ରିକୃଇଟ୍‌ମେଣ୍ଟ୍‌ ଅଫିସର୍‌’ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ପିତାମାତା ଇଞ୍ଜିନିୟର। ବାପା ଦକ୍ଷିଣ ଆଫ୍ରିକାରେ ଓ ମାଆ ଅହମଦାବାଦରେ ରହୁଛନ୍ତି। କ୍ଷମା ନିଜକୁ ଏତେ ସୁଖ ପାଆନ୍ତି ଯେ, ନିଜ ଭିତରେ ହିଁ ସେ ନିଜର ବର ଖୋଜିପାଇଛନ୍ତି। ତେଣୁ, ସେ ଆତ୍ମ-ବିବାହ ସିଦ୍ଧାନ୍ତ ନେଇଛନ୍ତି।