ଭୂତ ଦେଖିବାକୁ ଯାଇଥିଲେ ଦର୍ଶକ, ମିଳିଲା କେବଳ କମେଡି! କାହିଁକି ହରର୍‌ ପ୍ରେମୀଙ୍କୁ ନିରାଶ କଲା ‘ମନ୍ତ୍ର ମୁଗ୍ଧ’?

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଓଡ଼ିଆ ହରର୍‌-କମେଡି ଫିଲ୍ମ ‘ମନ୍ତ୍ର ମୁଗ୍ଧ’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି।

ଫିଲ୍ମଟି ପ୍ରଥମ ଦିନରେ ୨୧ଲକ୍ଷରୁ ଅଧିକ କଲେକ୍‌କ୍ସନ କରିଥିବା ବେଳେ ୨ ସପ୍ତାହ ମଧ୍ୟରେ ୩ କୋଟିରୁ ଅଧିକ ଆୟ କରିସାରିଛି । ତେବେ କୌଣସି ବଡ଼ ଫିଲ୍ମ ରିଲିଜ ହେଲେ ତା’ର କିଛି ନେଗେଟିଭ ଦିଗ କିମ୍ବା ସମାଲୋଚନା ମଧ୍ୟ ସାମ୍ନାକୁ ଆସିଥାଏ । ରିଭ୍ୟୁ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆରେ ଦର୍ଶକ ଓ ସମାଲୋଚକମାନେ ଫିଲ୍ମକୁ ନେଇ ନେଗେଟିଭ ପଏଣ୍ଟ ବିଷୟରେ ଚର୍ଚ୍ଚା କରୁଛନ୍ତି । 

କହିବାକୁ ଗଲେ ଫିଲ୍ମର କାହାଣୀରେ କୌଣସି ନୂତନତ୍ୱ ନାହିଁ । ସେହି ପୁରୁଣା ପାରିବାରିକ ବିବାଦ, ପ୍ରତିଶୋଧ ଏବଂ ଅତି ନାଟକୀୟ ପ୍ରେମ କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଛି । କାହାଣୀର ଗତି ଏତେ ମନ୍ଥର ଯେ ଦର୍ଶକମାନେ ହଲ ଭିତରେ ବୋର୍‌ ହେବାକୁ ବାଧ୍ୟ ହେଉଛନ୍ତି ।  

ଏହା ସହିତ ସିନେମାର ବିଭିନ୍ନ ଦୃଶ୍ୟ ମଧ୍ୟରେ ତାଳମେଳ ରହିନାହିଁ । ସ୍କ୍ରିନ୍‌ରେ କେଉଁ ଚରିତ୍ର କାହିଁକି ଏବଂ କଣ କରୁଛି, ତାହା ବୁଝିବା କଷ୍ଟକର ହୋଇପଡିଛି । କିଛି ଅନାବଶ୍ୟକ ଦୃଶ୍ୟ ଓ ଜବରଦସ୍ତି ଭର୍ତ୍ତି କରାଯାଇଥିବା କମେଡି ଫିଲ୍ମର ଗମ୍ଭୀରତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ହେଲେ ମୁଖ୍ୟ କଳାକାରମାନଙ୍କ ଅଭିନୟ ଅତି କୃତ୍ରିମ ରହିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଭାବପ୍ରବଣ ଦୃଶ୍ୟରେ କଳାକାରଙ୍କ ଓଭର-ଆକ୍ଟିଂ ଦେଖିବାକୁ ମିଳିଛି । ସଙ୍ଗୀତ ଓ ବ୍ୟାକଗ୍ରାଉଣ୍ଡ ସ୍କୋର ନାଁ ଅନୁସାରେ ଫିଲ୍ମର ଗୀତଗୁଡ଼ିକ ଆଦୌ "ମନ୍ତ୍ରମୁଗ୍ଧ" କଲାଭଳି ହୋଇନାହିଁ ।

ଅଧିକ ନ୍ୟୁଜ ପଢ଼ନ୍ତୁ : ଜୁନ ମାସର ୫ ଭାଗ୍ୟଶାଳୀ ରାଶି: ଦୂର ହେବ ଟଙ୍କାପଇସାର ଚିନ୍ତା, ବୋନସ ସହ ବଢ଼ିବ ଦରମା

ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫିଲ୍ମର ସବୁଠାରୁ ବଡ଼ ଦୁର୍ବଳ ଦିଗ ଭାବେ ଏହାର ରନିଂ ଟାଇମ୍‌କୁ ଦର୍ଶାଯାଇଛି । ‘ମନ୍ତ୍ର ମୁଗ୍ଧ’ ପ୍ରାୟ ୩ ଘଣ୍ଟାରୁ ଅଧିକ ଲମ୍ବା । ସମାଲୋଚକଙ୍କ ମତରେ, ଆଜିକାଲିର ସମୟରେ ଏକ ହରର୍‌-କମେଡି ଫିଲ୍ମ ପାଇଁ ୩ ଘଣ୍ଟା ଅଧିକ ସମୟ । ଏହା ସହ ଫିଲ୍ମର ପ୍ରଥମ ଭାଗ ବହୁତ ଦ୍ରୁତ, ମନୋରଞ୍ଜନଧର୍ମୀ ଏବଂ ହସରେ ଭରପୂର ଥିବାବେଳେ, ଦ୍ୱିତୀୟ ଭାଗ କିଛି ସ୍ଥାନରେ ଟାଣି ହେଲା ଭଳି (Slow) ଲାଗେ । କାହାଣୀ ମଝିରେ ମଝିରେ ଆସୁଥିବା ଗୀତଗୁଡ଼ିକ ଫିଲ୍ମର ଗତିକୁ ଧିମା କରିଦେଉଛି ବୋଲି ଅନେକ ଦର୍ଶକ ଅଭିଯୋଗ କରିଛନ୍ତି ।

କିଛି ସମାଲୋଚକଙ୍କ ମତରେ, ଫିଲ୍ମର ଶେଷ ଭାଗ ବା କ୍ଲାଇମାକ୍ସ ଯେତିକି ଜବରଦସ୍ତ ଏବଂ ରୋମାଞ୍ଚକର ହେବା କଥା, ତାହା ସେତିକି ହୋଇପାରିନାହିିଁ । କାହାଣୀରେ ସସପେନ୍ସ ଏବଂ ବଡ଼ ଟୁଇଷ୍ଟର ଅଭାବ ଦେଖିବାକୁ ମିଳିଛି । ଫିଲ୍ମଟି ରିଲିଜ ହେବା ପରେ ଅନେକ ଦର୍ଶକ ଟ୍ରେଲର୍‌ ଦେଖି ଭାବିଥିଲେ ଯେ ଏହା ଏକ ଶୁଦ୍ଧ ହରର୍‌ କିମ୍ବା ସସପେନ୍ସ ଥ୍ରୀଲର୍‌ ଫିଲ୍ମ ହୋଇଥିବ । କିନ୍ତୁ ଫିଲ୍ମରେ କମେଡିର ମାତ୍ରା ପ୍ରାୟ ୮୦% ରହିଛି ଏବଂ ହରର୍‌ ଏଲିମେଣ୍ଟ ପ୍ରାୟ ୧୦-୨୦% ଅଛି । ଏଥିପାଇଁ ଯେଉଁମାନେ କେବଳ ଡରିବା ପାଇଁ ହଲ୍‌କୁ ଯାଇଥିଲେ, ସେମାନେ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି ।