ଦେଖନ୍ତୁ ଭିଡିଓ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କ ଭିଣୋଇଙ୍କ ଗଲା ଜୀବନ, ଭଉଣୀ ଗୁରୁତର,
Pankaj Tripathis Brother-in-law Killed in Road Accident, Sister Critical
Apr 21, 2024, 20:31 IST

ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କ ଭିଣୋଇଙ୍କ ଗଲା ଜୀବନ
ଓଡ଼ିଆ ଗସିପ୍ ବ୍ୟୁରୋ: ଶନିବାର ଦିନ ଏଠାରେ ଏକ ସଡ଼କ ଦୁର୍ଘଟଣାରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଏହି ଘଟଣାରେ ତ୍ରିପାଠୀଙ୍କ ଭଉଣୀ ସାବିତା ତିୱାରୀ ଗୁରୁତର ଆହତ ହୋଇଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦିଲ୍ଲୀ-କୋଲକାତା ଜାତୀୟ ରାଜପଥ-୨ର ନିର୍ସା ବଜାରରେ ରାତି ପ୍ରାୟ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହି ଦମ୍ପତି ଯେଉଁ କାରରେ ଯାଉଥିଲେ ଏକ ରୋଡ ଡିଭାଇଡରକୁ ଧକ୍କା ଦେଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସେହି ଭିଡିଓ ବି ସାମ୍ନାକୁ ଆସିଛି, ସେମାନେ ବିହାରର ଗୋପାଳଗଞ୍ଜ ଜିଲ୍ଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ।
ଦେଖନ୍ତୁ ଭିଡିଓ