ଓସ୍କାର ଦୌଡ଼ରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’
Feb 20, 2021, 11:38 IST
ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ମାନଜନକ ଓସ୍କାର ଦୌଡ଼ରେ ଓଡ଼ିଆ ଫିଲ୍ମ ‘କାଲିର ଆତୀତ’ । ଓଲିଉଡ୍ ଓ ବଲିଉଡ୍ ର ନାଁ କରା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବିଭିନ୍ନ ବର୍ଗରେ ନୋମିନେଟ୍ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ନିଜେ ନୀଳମାଧବ ପଣ୍ଡା ।
ସାମାଜିକ ଗଣମାଧ୍ୟମରେ ଏହି ଖବର ନୀଳମାଧବ ଦେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୁର୍ତ୍ତ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଓସ୍କାର ସ୍କ୍ରିନିଂ କରାଯିବ । କେନ୍ଦ୍ରାପଡ଼ାର ସାତଭାୟାର ୭ଟି ଗାଁର ସତ୍ୟ କଥା ଉପରେ ଆଧାରିତ ଏହି ଫିଲ୍ମ ଏବେ ଓସ୍କାର ରେସ୍ରେ ।