ନିଜକୁ ନିଜେ ବିବାହ ହୋଇ ୨ ମାସ ପରେ କନିଷ୍କା ସୋନି ହେଲେ ଗର୍ଭବତୀ! ଫଟୋ ସେୟାର କରି ଲେଖିଲେ, ‘ମୁଁ ସେଲ୍ଫ ପ୍ରେଗ୍‌ନାଣ୍ଟ…’

 

ଓଡ଼ିଆ ଗସିପ ବ୍ୟୁରୋ: ଟିଭି ଧାରାବାହିକ ‘ଦିୟା ଔର୍‌ ବାତୀ’ ଫେମ୍‌ କନିଷ୍କା ସୋନି ନିକଟରେ ନିଜକୁ ବିବାହ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ । କନିଷ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରି କହିଥିଲେ କି, ସେ ନିଜେ ନିଜକୁ ବିବାହ କରିଛନ୍ତି ।

ଫଟୋରେ ସେ ମଥାରେ ସିନ୍ଦୁର ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦେଖାଯାଇଥିଲା । ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହାଠାରୁ ବି ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା କି, ଏବେ ଅଭିନେତ୍ରୀ ନିଜକୁ ବିବାହ କରିବାର ୨ ମାସ ପରେ ଗର୍ଭବତୀ ହୋଇଛନ୍ତି। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କ’ଣ ରହିଛି ।

କନିଷ୍କା ନିଜ ଫଟୋ ସେୟାର କରି ଲେଖିଥିଲେ, ‘ମୁଁ ସେଲ୍ଫ ମ୍ୟାରେଡ୍‌ ଭଳି ସେଲ୍ଫ ପ୍ରେଗ୍‌ନାଣ୍ଟ ନୁହେଁ । ଏହା କେବଳ ୟୁଏସ୍‌ଏର ସ୍ୱାଦିଷ୍ଟ ପିଜା, ବର୍ଗର, ଯେଉଁ କାରଣରୁ ମୋ ଓଜନ ବଢ଼ିଯାଇଛି । କିନ୍ତୁ ମୋତେ ଏହାକୁ ନେଇ କୌଣସି ଅସୁବିଧା ନାହିଁ। ମୁଁ ଏଠାରେ ଏନ୍‌ଜୟ କରୁଛି’ ।

କହି ରଖୁଛୁ, ‘ଦିୟା ଔର୍‌ ବାତୀ ହମ୍‌’ ଫେମ୍‌ ଅଭିନେତ୍ରୀ କନିଷ୍କା ସୋନି ଦୁଇ ମାସ ତଳେ ନିଜକୁ ବିବାହ କରିଥିଲେ । ସେ ନିଜେ ଏହି କଥା ଘୋଷଣା କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ ସେ ମଙ୍ଗଳସୂତ୍ର ଓ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ । କହି ରଖୁଛୁ କି, କନିଷ୍କା ସୋନି ଏମିତି ବିବାହ କରିବାରେ ଭାରତର ଦ୍ୱିତୀୟ ମହିଳା ହୋଇଛନ୍ତି ।

ଫଟୋଗୁଡ଼ିକୁ ସେୟାର କରି କନିଷ୍କା ଲେଖିଥିଲେ, ‘ମୁଁ ନିଜର ସମସ୍ତ ସ୍ୱପ୍ନକୁ ନିଜେ ପୂରା କରିଛି । କେବଳ ଜଣେ ହିଁ ମଣିଷ ଅଛି, ଯାହାକୁ ମୁଁ ଭଲ ପାଉଛି, ସେ ହେଉଛି ମୁଁ । ମୋତେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଛି, ମୋତେ କେବେ କୌଣସି ପୁରୁଷର ଆବଶ୍ୟକତା ନାହିଁ…ମୁଁ ସବୁବେଳେ ଏକୁଟିଆ ଏବଂ ନିଜ ଗିଟାର ସହିତ ଖୁସି ଅଛି । ମୁଁ ଦେବୀ, ଶକ୍ତିଶାଳୀ ଓ ମଜଭୁତ ଅଛି । ଶିବ ଓ ଶକ୍ତି ସବୁ କିଛି ମୋ ଭିତରେ ରହିଛି। ଧନ୍ୟବାଦ’ ।

କନିଷ୍କାଙ୍କ ବିଷୟରେ କଥା ହେବା ତ ସେ ‘ଦିୟା ଔର୍‌ ବାତୀ ହମ୍‌’, ‘ପବିତ୍ର ରିସ୍ତା’, ‘ଦେବୀ ଆଦି ପରାଶକ୍ତି’ ଭଳି ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି । କିନ୍ତୁ ଏବେ ସେ ଟିଭି ଇଣ୍ଡଷ୍ଟ୍ରୀ ଛାଡ଼ି ଦେଇଛନ୍ତି ଏବଂ ନିଜର ହଲିଉଡ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଅଧିକ ପଢ଼ନ୍ତୁ : କନିଷ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରି କହିଥିଲେ କି, ସେ ନିଜେ ନିଜକୁ ବିବାହ କରିଛନ୍ତି ।

କହି ରଖୁଛୁ, ନିକଟରେ କ୍ଷମା ବିନ୍ଦୁ ନାମ୍ନୀ ଯୁବତୀ ନିଜକୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କ୍ଷମା ପୂର୍ବରୁ ଘୋଷଣା କରିଥିଲେ କି, ସେ ଜୁନ୍‌ ୧୧ରେ ବିବାହ କରିବେ । କିନ୍ତୁ ବିବାଦ ଘନେଇବାରୁ କ୍ଷମା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ହିଁ ବିବାହ କରି ନେଇଥିଲେ। ବିବାହ କାର୍ଯ୍ୟକ୍ରମ କ୍ଷମାଙ୍କ ଘରେ ହିଁ ଆୟୋଜିତ ହୋଇଥିଲା । ଏହି ଅବସରରେ ହଳଦୀ ଓ ମେହେନ୍ଦୀ ରୀତିନୀତି ପାଳନ କରାଯାଇଥିଲା । ବିବାହ ବେଦୀରେ କ୍ଷମା ନିଜକୁ ମଙ୍ଗଳସୂତ୍ର ପିନ୍ଧାଇବା ସହିତ ନିଜ ମଥାରେ ସିନ୍ଦୁର ଭରିଥିଲେ ।