‘ଗଦର-୨’ ରେ କାମ କରିଥିବା ଅଭିନେତା ଶତ୍ରୁଘ୍ନଙ୍କ ପୁଅ ଲବ ସିହ୍ନାଙ୍କ ବଡ ଅଭିଯୋଗ, କହିଲେ ବାପା ଜୀବନସାରା...

Gadar 2 actor and Shatrughan Sinha's son Luv on his career
 
ଅଭିନେତା ଶତ୍ରୁଘ୍ନଙ୍କ ପୁଅ ଲବ ସିହ୍ନାଙ୍କ ବଡ ଅଭିଯୋଗ, କହିଲେ ବାପା ଜୀବନସାରା...

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍‌ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଛନ୍ତି । ହେଲେ ଏହି ଖବର ରାଜନୀତି ଆଧାରିତ ନୁହେ ବରଂ ତାଙ୍କ ପୁଅ ସଂଘର୍ଷ ବିଷୟରେ, ତେବେ ଆସନ୍ତୁ ଜାଣିବା ପୁରା ବିଷୟ କଣ ? ନିକଟରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବା ପରେ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। 

ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଏଥିରେ କାମ କରିଥିବା ଅଭିନେତା ଲବ ସିହ୍ନା ନିଜ ସଂଘର୍ଷ ବିଷୟରେ କହିଛନ୍ତି। ବାପା ତଥା ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନା ସମସ୍ତଙ୍କୁ ସାହାଯ୍ୟ କରିଥିବା ବେଳେ ତାଙ୍କୁ କେହି ସାହାଯ୍ୟ କରିନଥିବା କହିଛନ୍ତି ଲବ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏକ ସାକ୍ଷାତକାରରେ ଲବ ସିହ୍ନା ପ୍ରକାଶ କରିଛନ୍ତି ଯେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା ଜୀବନସାରା ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ବାପା ଇଣ୍ଡଷ୍ଟ୍ରିରେ ସାହାଯ୍ୟ କରିଥିବା ଅନେକ ଲୋକ ଏବେ ସଫଳ ହୋଇଛନ୍ତି। ହେଲେ ସଫଳ ହୋଇ ବି ସେମାନେ ଲବଙ୍କୁ କାମ ଦେଇନଥିବା ଅଭିନେତା କହିଛନ୍ତି। ତାଙ୍କ କହିବା ମୁତାବକ, “ପରିବାରର ଅତି ନିକଟତର ଜଣେ ମୋତେ ଫିଲ୍ମରେ ସୁଯୋଗ ଦେଇପାରିଥାନ୍ତେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମୋର ଅଭିନୟ ଦେଖି କର୍ମଶାଳାର ଶିକ୍ଷକଙ୍କ ସହ ମୋର ଅଭିନୟ ବିଷୟରେ କଥା ହୋଇଥିଲେ। କିନ୍ତୁ ସେ ମୋତେ କାମ ଦେଇନଥିଲେ। ମୋତେ ସୁଯୋଗ ଦିଆଯାଇନଥିଲା। ଅନେକ ଅଭିନେତା ଫ୍ଲପ ଫିଲ୍ମ ଦେଇ ବି ତାଙ୍କୁ ଫିଲ୍ମ ମିଳୁଛି। ହେଲେ ମୋତେ ମିଳିନାହିଁ।” ତେବେ ଲବ୍ ଗଦର-୨ରେ ଫରିଦ୍ ଭୂମିକାରେ ନଜର ଆସିଛନ୍ତି। ଖୁବ କମ ସମୟ ପାଇଁ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିଛି।