ବାତ୍ୟା ବିପନ୍ନଙ୍କ ସହାୟତା ଲାଗି ନବୀନ ଦାନ କଲେ ବର୍ଷକର ଦରମା, ସେପଟେ ସୁପରଷ୍ଟାର ଅକ୍ଷୟ କୁମାର ଦାନ କଲେ ୧କୋଟି ଟଙ୍କା

ଭୁବନେଶ୍ୱର/ମୁମ୍ବାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଫନି’ ବାତ୍ୟା ବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ଲାଗି ତାଙ୍କର ବର୍ଷକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସେହିପରି ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ଲାଗି ଏକ କୋଟି ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚେକ୍ ଟି ଅକ୍ଷୟ କୁମାର ଭାଟିଆ ଓ ଅରୁଣା
 

ଭୁବନେଶ୍ୱର/ମୁମ୍ବାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଫନି’ ବାତ୍ୟା ବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ଲାଗି ତାଙ୍କର ବର୍ଷକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ସେହିପରି ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ଲାଗି ଏକ କୋଟି ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଚେକ୍ ଟି ଅକ୍ଷୟ କୁମାର ଭାଟିଆ ଓ ଅରୁଣା ଭାଟିଆ ନାମରେ ରହିଛି । ଚେକ୍ ରେ ଆକାଉଣ୍ଟ ନମ୍ବର- ୬୯୯୧୦୧୦୪୨୦୮୫ ରହିଥିବା ବେଳେ ଚେକ୍ ଟି ମୁମ୍ବାଇର Versova Lokhandwala Market ବ୍ରାଞ୍ଚର ରହିଛି । ଏହା ଭାଇରାଲ ହେବା ପରେ ଫେସବୁକ୍ ର ୟୁଜର ଅକ୍ଷୟ କୁମାରଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି ।