କରୀନା କପୁରଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚାହାଁନ୍ତି କ୍ୟାଟ୍ରିନା, ଟ୍ରୋଲ ହେଲା ଏହି ଖବର…

ମୁମ୍ବାଇ: ଆଗକୁ ଫିଲ୍ମ ‘ଭାରତ’ ରିଲିଜ୍ ହେବାକୁ ଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଫିଲ୍ମର ଷ୍ଟାରକାଷ୍ଟ । ବିଭିନ୍ନ ରିଆଲିଟି ସୋ’ ଏବଂ ପ୍ରମୋସନାଲ ଇଭେଣ୍ଟ କରି ଫିଲ୍ମର ପ୍ରମୋସନ କରାଯାଉଛି । ଫିଲ୍ମ ପ୍ରମୋସନ କରିବା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଯାଇ ପହଞ୍ଚିଥିଲେ “ବାଏ ଇନ୍ଭାଇଟ୍ ଓନ୍ଲି”ରେ । ଏହି ସୋ’ର ହୋଷ୍ଟ କ୍ୟାଟ୍ଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର
 

ମୁମ୍ବାଇ: ଆଗକୁ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଫିଲ୍ମର ଷ୍ଟାରକାଷ୍ଟ । ବିଭିନ୍ନ ରିଆଲିଟି ସୋ’ ଏବଂ ପ୍ରମୋସନାଲ ଇଭେଣ୍ଟ କରି ଫିଲ୍ମର ପ୍ରମୋସନ କରାଯାଉଛି । ଫିଲ୍ମ ପ୍ରମୋସନ କରିବା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଯାଇ ପହଞ୍ଚିଥିଲେ “ବାଏ ଇନ୍‌ଭାଇଟ୍‌ ଓନ୍‌ଲି”ରେ । ଏହି ସୋ’ର ହୋଷ୍ଟ କ୍ୟାଟ୍‌ଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।

ସୋ’ରେ କେଉଁ ଅଭିନେତ୍ରୀଙ୍କ ସହ ତୁମେ ସମଲୈଙ୍ଗିକ ସମ୍ପର୍କ ରଖିବାକୁ ପସନ୍ଦ କରିବ ବୋଲି ହୋଷ୍ଟ ପ୍ରଶ୍ନ କରିବା ପରେ କ୍ୟାଟ୍ରିନା ତୁରନ୍ତ କରୀନା କପୁର ଖାନ୍‌ଙ୍କ ନାଁ ନେଇଥିଲେ । ତାଙ୍କର ଏଭଳି ଉତ୍ତରରୁ ସେ କରୀନାଙ୍କର କେତେ ଭଲ ବନ୍ଧୁ ତାହା ସ୍ପଷ୍ଟ ହୋଇଛି । ତେବେ କ୍ୟାଟ୍‌ଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅନ୍ୟ କୌଣସି ପ୍ରୋଜେକ୍ଟକୁ ନେଇ ସେ କାମ ଆରମ୍ଭ କରି ନଥିବା ଜଣା ପଡ଼ିଛି ।