୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ

ଓଡ଼ିଆ ଗସିପ୍ ବ୍ୟୁରୋ: ୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ । ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ଜଲ୍ସା ବାସଭବନ ବାହାରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ଏକାଠି ହୋଇ ଜନ୍ମଦିନ ପାଳନ କରିଛନ୍ତି । ଯେଉଁଥିରେ ତାଙ୍କ ଫ୍ୟାନ୍ମାନେ କେକ୍ କାଟି ଏବଂ ବିଗ୍ ବିଙ୍କ ଅଭିନୀତ ଫିଲ୍ମର ଗୀତକୁ ଗାଇବା ସହ ଗୀତର ତାଳରେ ଝୁମି ଅମିତାଭଙ୍କ ଜନ୍ମଦିନ ମନାଇଛନ୍ତି ।
ଆଜି ବି ତାଙ୍କର ପ୍ରତି ଡାଇଲଗ୍ ସିନେପ୍ରେମୀଙ୍କ ପାଟିରେ ଗୁଞ୍ଜରିତ ହୁଏ । ସେ ହେଉଛନ୍ତି ଏମିତି ଜଣେ ଅଭିନେତା ଯିଏ ଟ୍ରାଜେଡି, କମେଡ଼ି, ପାରିବାରିକ ସିନେମା ସବୁଥିରେ ନିଖୁଣତାର ସହ ଅଭିନୟ କରିଥାନ୍ତି ।
ବିଗ୍ ବି ଉଭୟ ନିଜ ପ୍ରସ୍ନାଲ୍ ଓ ପ୍ରଫେସ୍ନାଲ୍ କ୍ୟାରିଅରରେ ବେଶ ନିପୁଣ ଭାବରେ କାମ କାମ କରିଥାନ୍ତି । ବଲିଉଜ୍ ଜଗତର ଏକ ଅଦ୍ୱିତୀୟ ଅଭିନେତା ଯିଏ କି ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନକୁ କିଣିଥାନ୍ତି ।
କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଅମିତାଭଙ୍କ ଅନେକ ଫ୍ୟାନ୍ ମାନେ ରହିଛନ୍ତି, ଯେଉଁମାନେ ଅମିତାଭ୍ଙ୍କ ଗୋଟେ ଝଲକ୍ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ଅମିତାବ ବଚ୍ଚନ ବଲିଉଡ୍ର ହୃଦୟ ହୋଇଥିବାବେଳେ ସେ ସମସ୍ତଙ୍କ ପ୍ରରଣା ଥାନ୍ତି । ପ୍ରତିଟି ଫିଲ୍ମରେ ସେ ନିଜ ନିଖୁଣ ଅଭିନୟର ଛାପ ଛାଡିଥାନ୍ତି । ସମୟ ସହିତ ପିଢି ହୁଏତ ବଦଳିଯାଇଛି ହେଲେ ଅମିତାଭ୍ଙ୍କ ପ୍ରତି ସେହି ଭଲପାଇବା ଆଜି ବି ସମସ୍ତ ବର୍ଗର ଦର୍ଶକଙ୍କ ପାଖରେ ସାଇତି ହୋଇଛି ଅଛି ।