ଭଙ୍ଗା ମନ ନେଇ ବାହୁଡ଼ିଗଲେ ବଲିଉଡ୍ କୁଇନ ‘କଙ୍ଗନା’

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱପ୍ନର ଘର ଭାଙ୍ଗିଯିବା ପରେ ପୁଣି ନିଜ ସହରକୁ ଫେରିଯାଇଛନ୍ତି କଙ୍ଗନା ରାନାୱତ । ଆଜି ସକାଳୁ ସକାଳୁ ସେ ମୁମ୍ବାଇରୁ ମନାଲି ଅଭିମୁଖେ ବିମାନ ଯୋଗେ ଯାତ୍ରା କରିଛନ୍ତି । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ସାଙ୍ଗରେ ରହିଛନ୍ତି । ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ଏବେ ସେ ମନାଲି ଯାଇଛନ୍ତି। ତେବେ ମୁମ୍ବାଇ ବିମାନବନ୍ଦରରେ କଙ୍ଗନାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା
 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱପ୍ନର ଘର ଭାଙ୍ଗିଯିବା ପରେ ପୁଣି ନିଜ ସହରକୁ ଫେରିଯାଇଛନ୍ତି କଙ୍ଗନା ରାନାୱତ । ଆଜି ସକାଳୁ ସକାଳୁ ସେ ମୁମ୍ବାଇରୁ ମନାଲି ଅଭିମୁଖେ ବିମାନ ଯୋଗେ ଯାତ୍ରା କରିଛନ୍ତି । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ସାଙ୍ଗରେ ରହିଛନ୍ତି ।  ‌ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ଏବେ ସେ ମନାଲି ଯାଇଛନ୍ତି। ତେବେ ମୁମ୍ବାଇ ବିମାନବନ୍ଦରରେ କଙ୍ଗନାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କଙ୍ଗନାକୁ ସୁରକ୍ଷା ଦେବା ପାଇଁ ବିମାନବନ୍ଦରରେ  କିଛି  ଯବାନ ନଜର ଆସିଥିଲେ।

ୱାଇ ପ୍ଲସ ସୁରକ୍ଷା ମଧ୍ୟରେ କଙ୍ଗନା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ମନାଲିକୁ ଉଡ଼ାଣ କରିଥିବା ଜଣା ପଡ଼ିଛି | ଘରୁ କଡ଼ା ସୁରକ୍ଷା ଦିଆଯାଇ ତାଙ୍କୁ ମୁମ୍ବାଇ ବିମାନବନ୍ଦରକୁ ନିଆଯାଇଥିଲା। ତେବେ ବାଟରେ କୌଣସି ବିକ୍ଷୋଭକାରୀ ଏବଂ ସମର୍ଥକଙ୍କୁ ଦେଖିବାକୁ ମିଳି ନଥିଲା। ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନା ବିଏମସିକୁ ପ୍ରତିଶୃତି ଦେଇଥଲେ ଯେ, ସେ ସ୍ୱଳ୍ପ ସମୟ ପାଇଁ ମୁମ୍ବାଇ ଆସୁଛନ୍ତି। ତେଣୁ ବିଏମସି ତାଙ୍କୁ ସଙ୍ଗେରୋଧରୁ ମୁକ୍ତ କରିଥିଲା। ଆଜି କଙ୍ଗନା ନିଜ କଥା ରଖି ମନାଲି ଫେରିଛନ୍ତି।

ସୂଚନା ମୁତାବକ, ଶିବସେନା  ସହ ବିବାଦ ମଧ୍ୟରେ କଙ୍ଗନା ରାଣାୱତ ମୁମ୍ବାଇରେ ପହଞ୍ଚିଥିଲେ। କଙ୍ଗନାଙ୍କୁ ମୁମ୍ବାଇ ନଆସିବା ପାଇଁ ଶିବସେନା ନେତା ସଞ୍ଜୟ ରାଉତ ଧମକ ଦେବା ପରେ କଙ୍ଗନା ମୁମ୍ବାଇ ନିଶ୍ଚିତ ଯିବେ ଏବଂ ତାଙ୍କୁ କିଏ ଅଟକାଇବ ବୋଲି କହିଥିଲେ। ପରେ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇ ତାଙ୍କ ବାସଭବନକୁ ନିଆଯାଇଥିଲା।