ହଠାତ ବିଗିଡିଲା ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ଵାସ୍ଥ୍ୟ, ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି

Adah Sharma hospitalised due to severe diarrhea and food allerg
 
Adah Sharma hospitalised due to food allergy
ହଠାତ ବିଗିଡିଲା ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ଵାସ୍ଥ୍ୟ, ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଫିଲ୍ମ ‘କେରଳ ଷ୍ଟୋରୀ’ ରେ ଅଦା ଶର୍ମାଙ୍କ ଭୂମିକାକୁ ସମସ୍ତେ ପସନ୍ଦ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ । କିନ୍ତୁ ବର୍ତମାନ ତାଙ୍କୁ ସ୍ୱାସ୍ଥ୍ୟ କୁ ନେଇ ଏକ ଖବର ସାମ୍ନା କୁ ଆସିଛି, ‘ଦ କେରଳ ଷ୍ଟୋରୀ’ ଫେମ୍‌ ଅଭିନେତ୍ରୀ ଅଦା ଶର୍ମା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । 

ଡାଇରିଆ ଏବଂ ଫୁଡ ପଏଜିଂ ଯୋଗୁଁ ତାଙ୍କୁ ଦେହ ଅସୁସ୍ଥ ହୋଇପଡିଥିଲା, ତେଣୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ । ଅଦା ଶର୍ମା ନିଜ ସିରିଜର ପ୍ରମୋସନକୁ ଯାଇଥିବା ବେଳେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ତେବେ ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ସେ ଏବେ ଅପକମିଂ ସିରିଜ ‘କମାଣ୍ଡୋ’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରେ ଭାବନା ରେଡ୍ଡୀ ଭୂମିକାରେ ନଜର ଆସିବେ । ଆକ୍ସନ ଥ୍ରୀଲର ସିରିଜ ଖୁବଶୀଘ୍ର ରିଲିଜ ହେବ । ଏଥିରେ ଅଦାଙ୍କ ସହିତ ପ୍ରେମ ମଧ୍ୟ ନଜର ଆସିବେ । ପ୍ରେମ ଏହି ସିରିଜରେ ଡେବ୍ୟୁ କରୁଛନ୍ତି । ଏହାଛଡା ଅମିତ ସିୟାଲ, ତିଗମାଂଶୁ ଧୁଲିଆ ଏବଂ ମୁକେଶ ଛାବ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ବିପୁଲ ଅମୃତଲାଲ ଶାହ ଏବଂ ସାନସାଇନ ପିକଚର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଡିଜନୀ ହଟଷ୍ଟାରରେ ଖୁବଶୀଘ୍ର ରିଲିଜ ହେବ । କମାଣ୍ଡୋ ଫ୍ରାଞ୍ଚାଇଜ ୨୦୧୩ରେ ଫିଲ୍ମ ‘କମାଣ୍ଡୋ- ଏ ଓ୍ଵାନ ମ୍ୟାନ ଆର୍ମି’ ରୁ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟୁତ ଜାମଓ୍ଵଲ ମୁଖ୍ୟ ଭୂମିକାରେ ରହିଥିଲେ । ଏହି ଫିଲ୍ମକୁ ଦର୍ଶକେ ବେଶ ପ୍ରଶଂସା କରିଥିଲେ । ତା’ ପରେ ଏହାର ସିରିଜ ଆରମ୍ଭ ହୋଇଥିଲା ।