ପରଦାରେ ହିଟ୍ ହେଲେ ପରିବାରରେ ଅନଫିଟ୍; ରାଗିଗଲେ ଧର୍ମନ୍ଦ୍ର, କହିଲେ କୁହ ନି ବେକାର କଥା

 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେୱଲ ପରିବାରରେ ସବୁ କିଛି ଠିକ୍ ନାହିଁ । ଯୋଡ଼ା ଭାରିଜା ରଖିବାର ଦୁଃସାହସ ସିନା କରିଦେଲେ ହେଲେ ଏବେ ଏକ ପ୍ରକାର ଏକ ଘରିକିଆ ହୋଇଯାଇଛନ୍ତି ସୁପରଷ୍ଟାର ଧର୍ମେନ୍ଦ୍ର । ସ୍ତ୍ରୀ ଥାଉ ଥାଉ ଅନସ୍କ୍ରିନ୍ ହିରୋଇନ୍ ଙ୍କୁ ଦିଲ୍ ଦେଇ ବସିଲେ । ଭଲ ପାଉ ପାଉ ପରିବାର କଥା ଭୁଲିଗଲେ ଆଉ ନିଜ ଖୁସିକୁ ପ୍ରାଧାନ୍ୟ ଦେଇ ଦ୍ୱିତୀୟ ଥର ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀଙ୍କୁ ନିଜ ଜୀବନ ସଂଗୀନି ବନାଇଲେ । ଆଉ ତା ପରେ କଣ ପରିବାରରେ ସୃଷ୍ଟି ହେଲା ଝଡ଼ । ସେବେର ଝଡ଼ ଏବେ ବିରାଟ ବଡ଼ ହୋଇ ଘାତକ ସାବ୍ୟସ୍ତ ହୋଇଛି । ଝିଅ ଇଶା ଦେୱଲଙ୍କ ବିବାହକୁ ଆସିନାହାନ୍ତି ଦୁଇ ସାବତ ଭାଇ ସନ୍ନି ଦେୱଲ ଏବଂ ବବି ଦେୱଲ । ବାସ୍ ଏହି କଥା ମିଡିଆ କର୍ମୀ ପଚାରିବାରୁ ଚିହିଁକି ଉଠିଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଧର୍ମେନ୍ଦ୍ର । ଇଶାଙ୍କ ବିବାହ ଉତ୍ସବରେ କାହିଁକି ଦୁଇ ଭାଇ ସାମିଲ ହେଲେ ନି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଧର୍ମେନ୍ଦ୍ର ଚିଡ଼ିକ କହିଛନ୍ତି, ଆପ୍ ବକୱାସ ମତ୍ କିଜିଏ । ଅର୍ଥାତ  ଆପଣ ସେ ସବୁ ବେକାର କଥା କୁହନ୍ତୁନି। କାହିଁକି ଓ କଣ ଥିଲା ପୂରା ପ୍ରଛଦପଟ୍ଟର କାହାଣୀ ଆସନ୍ତୁ ଜାଣିବା....

 

 

ସୋସିଆଲ ମିଡିଆରେ ଭେଟରାନ ଆକ୍ଟର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓ ହେଉଛି ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଇଶା ଦେୱଲଙ୍କ ବିବାହ ଉତ୍ସବର  ଭିଡିଓ। ଆଉ ଏ ଉତ୍ସବରେ ରିପୋର୍ଟରମାନେ ପ୍ରଶ୍ନ କରିଥିଲେ ଯେ, ଭଉଣୀର ବାହଘରରେ ଦୁଇ ବଡ଼ ଭାଇ କାହିଁ ଦେଖା ଯାଉ ନାହାନ୍ତି ? ଆଉ ଏହି ପ୍ରଶ୍ନ ଶୁଣି ବିବାହ ଉତ୍ସବକୁ ଆସିଥିବା ରିପୋର୍ଟରମାନେ ଫାଁ ହୋଇ ଅନେଇ ଥିଲେ । 

ସୂଚନା ଥାଉ କି ବର୍ଷିଆନ୍ ଆକ୍ଟର ଧର୍ମେନ୍ଦ୍ରଙ୍କ ୪ଟି ସନ୍ତାନ । ଦୁଇ ପୁଅ ସନ୍ନି ଦେୱଲ ଏବଂ ବବି ଦେୱଲ । ଦୁଇ ଝିଅ ଇଶା ଦେୱଲ, ଆହାନା ଦେୱଲ । ହେମା ମାଳିନୀଙ୍କୁ ବିବାହ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ପ୍ରକାଶ କୌର ଏବଂ ଧର୍ମେନ୍ଦ୍ରଙ୍କ ଔରସରୁ ଦୁଇ ପୁଅ ସନ୍ନି ଓ ବବି ଜନ୍ମ ନେଇଥିଲେ । ସେହିଭଳି ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ଔରସରୁ ଝିଅ ଇଶା ଜନ୍ମ ନେଇଥିଲେ । ନିକଟରେ ସନ୍ନି ଦେୱଲଙ୍କ ପୁଅ କରନ ଦେୱଲଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । କରନ ନିଜ ବାନ୍ଧବୀ ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ....