ଦେଖା ନଯାଉଥିବା ଶିଶୁ ସିପୁନଙ୍କ ପାଇଁ ଦେବତା ପାଲଟିଲେ ଓଲିଉଡ଼ ସୁପରଷ୍ଟାର ଅନୁଭବ, ସାହାଯ୍ୟର ହାତ ବଢ଼ାଇଲେ

ଭୁବନେଶ୍ୱର: ସତରେ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କ ହୃଦୟ ବହୁତ ବଡ଼ । ଜଣେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଅନୁଭବ ଦେବତା ପାଲଟିଥିବା ଦେଖିବାକୁ ମିଳିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଶିଶୁଟିକୁ ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ଼ ସୁପରଷ୍ଟାର ଅନୁଭବ । ଦିବ୍ୟାଙ୍ଗ ଶିଶୁ ଜଣଙ୍କ ହେଲେ ସିପୁନ । କଟକ ଏସସିବି ମେଡିକାଲ ପରିସରରେ ରହୁଥିବା ସିପୁନଙ୍କ ଘରକୁ ଯାଇ ତାଙ୍କ ସହ ଦେଖା କରିଛନ୍ତି
 

ଭୁବନେଶ୍ୱର: ସତରେ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କ ହୃଦୟ ବହୁତ ବଡ଼ । ଜଣେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଅନୁଭବ ଦେବତା ପାଲଟିଥିବା ଦେଖିବାକୁ ମିଳିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଶିଶୁଟିକୁ ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ଼ ସୁପରଷ୍ଟାର ଅନୁଭବ । ଦିବ୍ୟାଙ୍ଗ ଶିଶୁ ଜଣଙ୍କ ହେଲେ ସିପୁନ । କଟକ ଏସସିବି ମେଡିକାଲ ପରିସରରେ ରହୁଥିବା ସିପୁନଙ୍କ ଘରକୁ ଯାଇ ତାଙ୍କ ସହ ଦେଖା କରିଛନ୍ତି ଖୋଦ ଅନୁଭବ ।

ଶିଶୁ ସିପୁନକୁ କାଖ କରିବା ସହ ଅନୁଭବ ତାଙ୍କୁ ବହୁତ ଗେଲ ମଧ୍ୟ କରିଥିଲେ । ସିପୁନଙ୍କ ଆଖିରେ ଥିବା ସମସ୍ୟାର ଚିକିତ୍ସା ପାଇଁ ସେ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି । ତେବେ କଥା ଏଠିକି କି ନିଜ ପ୍ରିୟ ଷ୍ଟାର ଅନୁଭବଙ୍କୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରି ସିପୁନ ସୋସିଆଲ ମିଡ଼ିଆରେ ନିବେଦନ କରିଥିଲେ ।

କୁନି ଶିଶୁଟିର ଇଚ୍ଛାକୁ ପୁରଣ କରିବା ପାଇଁ ଅନୁଭବ ଆଉ ରହି ନପାରି ଦଉଡି ଚାଲି ଆସିଥିଲେ । ଅନୁଭବଙ୍କୁ ଦେଖି ସିପୁନ ବହୁତ ଖୁସି ଥିବା ତାଙ୍କ ମା’ କହିଛନ୍ତି । ପୁଅର ଚିକିତ୍ସା ନିମନ୍ତେ ମା’ ଅନୁଭବଙ୍କୁ ସାହାଯ୍ୟ ମାଗିଥିଲେ । ଆଉ ଅନୁଭବ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବା ପାଇଁ କହିଛନ୍ତି ।