ବୋହୂ ଶ୍ରେୟାଙ୍କ ଧର୍ମ ପରିବର୍ତ୍ତନ ନେଇ ସଫେଇ ଦେଲେ ହ୍ୟୁମାନଙ୍କ ମାଆ, ପ୍ରଥମ ଥର ମୁହଁ ଖୋଲିଲେ ହ୍ୟୁମାନ କହିଲେ ମୋ ନିଷ୍ପତ୍ତି...

 

ଓଡ଼ିଆ ଗସିପ ବ୍ୟୁରୋ: ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ନାତୁଣୀ ଓ ବୋହୂ ଶ୍ରେୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳୀ ଓ ହ୍ୟୁମାନ ।

ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ । ବୋହୁକୁ କୌଣସି କାମ ପାଇଁ ବାଧ୍ୟ କରାଯାଇ ନାହିଁ । ନିଜ ସ୍ଵଇଚ୍ଛାରେ ବୋହୂ ଘରେ ପୂଜା କରିଥାଏ ।

ଏହାସହ ବୋହୁର ବାପା -ମାଆ ମଧ୍ୟ ଆସିଲେ ପୂଜା କରିଥାନ୍ତି । ପୁଅ ବୋହୁ ଏକାଠି ରୁହନ୍ତୁ ଏତିକି ଚାହୁଁଥିବା କହିଛନ୍ତି ହ୍ୟୁମାନଙ୍କ ମାଆ ସେଫାଳୀ ସୁନା କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କୁସ୍ତି ସଭାପତି ମହିଳା କୁସ୍ତିମାନଙ୍କୁ କରିନ୍ତି ଯୌନ ଶୋଷଣ, ମୋତେ ମାରି ଦେବାକୁ ମିଳିଛି ଧମକ: ଗୋଲ୍ଡେନ୍ ଗାର୍ଲ୍ ଭିନେଶ ଫୋଗାଟ

ଅନ୍ୟପଟେ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି ସେଥିପାଇଁ ମନରେ ଭୟ ନାହିଁ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି । ମୋ’ ପତ୍ନୀ ଓ ଝିଅ ମୋ’ ପାଖକୁ ଫେରି ଆସନ୍ତୁ ସେତିକି ଚାହୁଁଛି ।

"ମୁଁ ମୋ ନିଷ୍ପତି ଗତକାଲି ମହିଳା ଥାନାରେ କହିଛି । ଏକାଠି ମିଶିକି ରହିବାକୁ ଚାହୁଁଛି । ଆଶା କରୁଛି ଦୁଇଦିନ ସମୟ ନେଇ ଶ୍ରେୟା ଠିକ ନିଷ୍ପତି ନେବେ ବୋଲି", କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି ।

ଘଟଣାଟି ଅଡ଼ୁଆକୁ ସେତେବେଳେ ଆସିଥିଲା ଯେତେବେଳେ ହ୍ୟୁମାନଙ୍କ ପତ୍ନୀ ତାଙ୍କ ନାଁରେ ଘରୋଇ ହିଂସା ନିର୍ଯାତନା ଭଳି ଅଭିଯୋଗ ଆଣିଥିଲେ । ପତ୍ନୀ ଶ୍ରେୟା ମିଶ୍ର ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମହିଳା କମିଶନ ଅଧ୍ୟକ୍ଷ ସ୍ଵାତୀ ମାଲିୱାଲଙ୍କୁ AIIMS ନିକଟରେ ଘୋଷାଡି ନେଲା କାର, ଚିତ୍କାର ସତ୍ତ୍ୱେ...

ଘଟଣାର ତଦନ୍ତ କରାଯିବା ସହ ଆପୋଷ ବୁଝାମୁଣା ନେଇ ଉଭୟ ପକ୍ଷକୁ ଡାକା ଯାଇ କାଉନସିଲିଂ କରାଯିବ ବୋଲି ସୂଚନା ଦେଇଥିଲେ ଡିସିପି ପିନାକ ମିଶ୍ର ।

ଗତକାଲି ମହିଳା ଥାନାରେ ହାଜର ହୋଇଥିଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିଲେ ।