24 ଜୁଲାଇରେ ଆପ୍ ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ, ଜାଣନ୍ତୁ ଅଧିକ ତଥ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ମୋବାଇଲ ପରଦାରେ ଆପଣ ଦେଖିପାରିବେ ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ । ନେଇ ପୋଷ୍ଟର ରିଲିଜ୍ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଯାହା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ସିନେମା ରିଲିଜ୍ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ । ବଲିଉଡ୍ରେ ସୁଶାନ୍ତ ସିଂହ ରାଜପୁତ୍ଙ୍କ ପ୍ରଥମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୋବାଇଲ ପରଦାରେ ଆପଣ ଦେଖିପାରିବେ ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ । ନେଇ ପୋଷ୍ଟର ରିଲିଜ୍‌ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଯାହା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ତେବେ ଏହି ସିନେମା ରିଲିଜ୍‌ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ । ବଲିଉଡ୍‌ରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’ । ଏହି ଫିଲ୍ମକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ସୁଶାନ୍ତ ନିଜ ଅଭିନୟକୁ ନେଇ ବେଶ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡ଼ା ଦେଇଛନ୍ତି । ନିକଟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ୍‌ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

ସୁଶାନ୍ତ ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଟେଲିଭିଜନରେ ମଧ୍ୟ ନିଜର ଆକର୍ଷଣୀୟ ଅଭିନୟ ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ । ଏହାସହ ବଲିଉଡ୍‌ରେ ପଦଦେବା ପରେ ତାଙ୍କ ନିଖୁଣ ଅଭିନୟ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ ।

ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସୁଶାନ୍ତ । ହେଲେ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।