ନାରୀ ଦେହର ଗନ୍ଧ ପାଇଁ ପାଗଳ ଜମାଟୋ ବୟର କାରନାମା; ଚୋରୀ କରି ସୁଙ୍ଘୁଥିଲା ଯୁବତୀଙ୍କ ଅନ୍ତବସ୍ତ୍ର, ଆଉ ତା'ପରେ...

 

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ଅନେକ ଚୋରି ଘଟଣା ଶୁଣୁଥିବେ, ବା ଦେଖିଥିବେ । ଚୋର ଟିଏ ଗିରଫ ହୋଇ ଜେଲ ଯିବା କିଛି ନୂଆ କଥା ନୁହେଁ । ହେଲେ ଆମେ ଆଜି ଏଇଥିପାଇଁ ଏ ପ୍ରସଙ୍ଗରେ ଆଲୋଚନା କରୁଛେ, କାରଣ ଏ ଚୋର ଜଣଙ୍କ ସଭିଙ୍କ ଠୁ ନିଆରା । ଚୋରିର ଷ୍ଟାଇଲ ବି ଅନ୍ୟ ଠୁ ଟିକେ ହଟକେ ।

ଅଭିଯୁକ୍ତର ନାଂ ସଞ୍ଜୟ ନିଶାଙ୍କ । ଘର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଅଞ୍ଚଳରେ । ଅଭିଯୁକ୍ତ ନାଁ ରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୨୩ ଟି ମାମଲା ରହିଛି । ସଞ୍ଜୟ ନିଶାଙ୍କ ଜଣେ ବିବିଏ ପାଢୁଆ ଯୁବକ । କିନ୍ତୁ ସଂଜୟର ନିଶା ଥିଲା ଚୋରି କରିବା । ନିଜ ଗାର୍ଲଫ୍ରେଣ୍ଡ କୁ ଖୁସି କରିବାକୁ ସେ ଚୋରି କରୁଥିଲା । ସେ ବିଗତ ୫ ବର୍ଷରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି କରିଥିଲା । ଆଗକୁ ବିବାହ ଥିବାରୁ ସେ ସୁନା ଅଳଙ୍କାର ଚୋରି କରୁଥିବା ଜାଣିବାକୁ ପାଇଛି ପୋଲିସ ।

ଅଭିଯୁକ୍ତ ଠାରୁ ୪୨୩ ଗ୍ରାମ ଓଜନର ସୁନା ଗହଣା, ୬୦୫ ଗ୍ରାମ ରୂପା, ୨ଟି ଲ୍ୟାପ୍‌ଟପ୍‌, ୨ ମୋବାଇଲ ଫୋନ୍ ଓ ଗୋଟିଏ ପାଇକ୍ ଚୋରି କରିଥିବା ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜିବ ସତପଥୀ ସୂଚନା ଦେଇଛନ୍ତି ।

ତେବେ ଆଉ ଗୋଟିଏ ଘଟଣା ସଭିଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଜବତ ସାମଗ୍ରୀ ମଧ୍ୟରେ ମିଳିଛି ୨ ବସ୍ତା ଅନ୍ତଃବସ୍ତ୍ର । ଯେଉଁଥିରେ ୨୫୦ ଟି ଯୁବତୀଙ୍କ ଅନ୍ତବସ୍ତ୍ର ରହିଥିବା ଜଣାପଡିଛି । ଅନ୍ତବସ୍ତ ଚୋରି କରିବା ଦ୍ୱାରା ସେ କୁଆଡେ ପାଉଥିଲା ଅପୂର୍ବ ଶାନ୍ତି । ଦାମୀ ଜିନ୍ସ ସାଙ୍ଗକୁ ଅନ୍ତଃ ବସ୍ତ୍ର ଚୋରି କରିବା ସଂଜୟର ନିଶା ଥିଲା । କିଛି ଦିନ ହେଲା ସେ ଜମାଟୋ ବୟ ଭାବେ କାମ କରୁଥିଲା ।

ସକାଳୁ ଖାଇବା ଡେଲିଭରି ଦେବା ଆଳରେ ରେକି କରୁଥିଲା, ବା ଘରର ଚତୁର୍ପାର୍ଶ୍ଵ କୁ ନିରୀକ୍ଷଣ କରୁଥିଲା । ପରେ ରାତିରେ ସେହି ଘରେ ପଶି ଗ୍ରୀଲ କାଟିବା ସହ କଳାକନା ବୁଲାଉଥିଲା । ଗିରଫ ଅଭିଯୁକ୍ତର ଏଭଳି ବୟାନ ପୋଲିସର ଅକଲ ଗୁଡୁମ କରି ଦେଇଛି ।

ପୂର୍ବରୁ ଚନ୍ଦ୍ରଶେଖରପୁର ପୋଲିସ ଏହି କାମୁକ ଚୋରକୁ ଗିରଫ କରିଥିଲା । ସେତବେଳେ ତା ନାଁ ରେ ୧୮ ଟି କେସ ଥିଲା । ଏବେ ପୁଣି ଆଉ ୫ ଟି କେସ ଯୋଡ଼ିହେବା ପରେ ବାବୁ ଜଣଙ୍କ ଧରା ଦେଇଛନ୍ତି ନୟାପଲ୍ଲୀ ପୋଲିସ ହାତରେ ।

ବାସ୍ତବିକ ସହଜରେ ଟଙ୍କା କମେଇବାର ନିଶା କିଭଳି ଯୁବପୀଢ଼ିଙ୍କୁ କବଳିତ କରି ଅପରାଧିକ ରାସ୍ତାରେ ଯିବାକୁ ବାଧ୍ୟ କରୁଛି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଘଟଣାରେ ।

ଅନ୍ୟପକ୍ଷରେ ପୋଲିସ ବର୍ତ୍ତମାନ ସଂଜୟର ବାନ୍ଧବୀ ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଛି । କିଏ ସେହି ଯୁବତୀ, ଯାହା ପାଇଁ ସଞ୍ଜୟ ଲକ୍ଷ ଲକ୍ଷ ଟଙ୍କାର ଚୋରି କରୁଥିଲା ? ସଂଜୟର ଅପରାଧିକ କାର୍ଯ୍ୟକଳାପ ପଛରେ ପ୍ରେମିକା ଜଣଂଙ୍କର ହାତ ନାହିଁ ତ ? ତମାମ ଦିଗକୁ ନେଇ ତଦନ୍ତ କରୁଛି କମିସନରେଟ ପୋଲିସ ।