ଲିଭ-ଇନ୍-ପାର୍ଟନରକୁ ହତ୍ୟା : କାହିଁକି ନିକ୍କିକୁ ହତ୍ୟା କଲା ସାହିଲ ? ଫେବ୍ରୁଆରୀ ୧୦ରେ ଅନ୍ୟ ଯୁବତୀକୁ କରିଥିଲା ବିବାହ, ଜାଣନ୍ତୁ ହତ୍ୟାର ଟିକନିକ୍ ଖବର...

 

ଓଡ଼ିଆ ଗସିପ ବ୍ୟୁରୋ: କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଆଉ ଏକ ଜଘନ୍ୟ ହତ୍ୟା । ଶ୍ରଦ୍ଧା ୱାକର ପରେ ଏବେ ପୁଣି ଆଉ ଏକ ହତ୍ୟାକାଣ୍ଡ । ଲିଭ ଇନ୍ ପାର୍ଟନର ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ ।

ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଉତ୍ତର ଦିଲ୍ଲୀର ଯୁବକ ସାହିଲ ଗେହଲଟକୁ ପୁଲିସ ଅଟକ ରଖି ଜେରାକରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକ୍କି ଯାଦବଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା ସାହିଲ । ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି ।

ନିକ ଯାଦବ ଓ ସାହିଲ ଗେହଲଟ ଉଭୟ ଲିଭଇନରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟାକାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ସାହିଲକୁ ଅଟକ ରଖି ଜେରା କରୁଛି ।

ଶ୍ରଦ୍ଧା ମୃତ୍ୟୁର ପୁନଃରାବୃତ୍ତି ଲିଭ୍-ଇନ୍ ପ୍ରେମିକାକୁ ହତ୍ୟାର ଟିକନିକ ତଥ୍ୟ...

– ପ୍ରେମିକାକୁ ମୋବାଇଲ୍ କେବୁଲରେ ତଣ୍ଟି ଚିପି ହତ୍ୟା

– ହତ୍ୟା କରି ଫ୍ରିଜରେ ମୃତଦେହ ଲୁଚାଇଥିଲା ଜହ୍ଲାଦ ପ୍ରେମିକ

– ହରିଆଣା, ଝଜ୍ଜର ଜିଲ୍ଲାର ୨୨ ବର୍ଷୀୟ ଯୁବତୀ ନିକ୍କିର ହତ୍ୟା

– ଅଭିଯୁକ୍ତ ପ୍ରେମିକ ସାହିଲକୁ ବାନ୍ଧିଲା ଦିଲ୍ଲୀ ପୋଲିସ

– ୨୦୧୮ ମସିହାରେ ଦିଲ୍ଲୀର ସାହିଲଙ୍କ ସମ୍ପର୍କରେ ଆସିଥିଲେ ନିକ୍କି

– ପ୍ରଥମେ ବନ୍ଧୁତା ପରେ ପ୍ରେମରେ ପଡିଥିଲେ ସାହିଲ-ନିକ୍କି

– ଦିଲ୍ଲୀରେ ଲିଭ-ଇନ୍ ମଧ୍ୟ ରହୁଥିଲେ

– ସାହିଲଙ୍କ ବିବାହ ତାଙ୍କ ଘରଲୋକ ଅନ୍ୟତ୍ର ଠିକ୍ କଲେ

– ପ୍ରେମିକର ବିବାହ କଥା ଜାଣିବାକୁ ପାଇଲେ ନିକ୍କି

– ଫେବ୍ରୁଆରୀ ୯ରେ ନିକ୍କିକୁ ଦେଖାକରିବାକୁ ଡାକିଥିଲା ସାହିଲ

– ନିକ୍କି, ସାହିଲକୁ ଗୋଆ ଯିବାକୁ କହୁଥିଲା

– ଫ୍ଲାଇଟ୍ ଟିକେଟ୍ ମଧ୍ୟ ବୁକ୍ କରିଥିଲା ନିକ୍କି

– ହେଲେ ସାହିଲର ବିବାହ କଥା ଜାଣିବାକୁ ପାଇଲା

– ବିବାହ କଥାକୁ ନେଇ ସାହିଲ ଓ ନିକ୍କି ଭିତରେ ଝଗଡା

– ରାଗରେ ନିକ୍କିର ହତ୍ୟା କରିଥିଲା ସାହିଲ

– ହତ୍ୟା ପରେ କାରରେ ୪୦ ମିନିଟ୍ ଧରି ବୁଲିଥିଲା

– ଏକ ବନ୍ଦ ଢାବାର ଫ୍ରିଜରେ ଲୁଚାଇଥିଲା ମୃତଦେହ

– ୧୦ ଫେବ୍ରୁଆରୀରେ ଘରଲୋକଙ୍କ ଇଚ୍ଛାରେ କରିଥିଲା ବିବାହ