ମହିଳାଙ୍କ କେଶ ଧରି ମାଡ ମାରିଲେ ପୂଜାରୀ, ଭିଡ଼ିଓ ଭାଇରାଲ

 
ଓଡ଼ିଆ ଗସିପ ବ୍ୟୁରୋ: ବିହାରର ଦରବଙ୍ଗାଠାରେ ଅବସ୍ଥିତ ଏକ ମନ୍ଦିରରେ ଜଣେ ମହିଳାଙ୍କୁ ମାଡ ମାରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମାଡ ମାରିବା ଅଭିଯୋଗ ଆସିଛି ମନ୍ଦିରର ପୂଜାରୀଙ୍କ ନାଁରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ପ୍ରଶାସନ ପୂଜାରୀଙ୍କୁ ମନ୍ଦିରରୁ ବାହାର କରିଦେଇଛନ୍ତି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସପ୍ତାହରେ ଏହି ଘଟଣା ଘଟିଥିବା କୁହାଯାଉଛି। ରାଜ ପରିସରରେ ସ୍ଥିତ ମାଆ ଶ୍ୟାମା ମଇ ମନ୍ଦିରରେ ପୂଜା କରିବାକୁ ଆସିଥିଲେ, କିନ୍ତୁ କୋଭିଡ ନିର୍ଦ୍ଦେଶାବଳୀ ହେତୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିରର କବାଟ ବନ୍ଦ ରହିଥିଲା। ମାତ୍ର ପୂଜା କରିବା ପାଇଁ ଜିଦ୍ ଧରି ଅଡ଼ି ବସିଥିଲେ ମହିଳା ଜଣକ। ସେହି ସମୟରେ ପୂଜାରୀଙ୍କ ସହିତ ମହିଳାଙ୍କର ଝଗଡ଼ା ହୋଇଥିଲା। ପୂଜାରୀ ପ୍ରଥମେ ମହିଳାଙ୍କ ସହ ଅସଦାଚରଣ କରିଥିଲେ ଏବଂ ତା’ପରେ କେଶ ଧରି ତାଙ୍କୁ ପିଟିଥିଲେ।

ଯେତେବେଳେ ମହିଳା ଜଣକ ବିରୋଧ କରିଥିଲେ, ପୁଜାରୀ ମହିଳାଙ୍କୁ ମନ୍ଦିର ପରିସରରୁ ବାହାର କରି ଦେଇଥିଲେ। ପୂଜାରୀଙ୍କ ଏହି ଘଟଣାର ଭିଡିଓ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା।