ଫେରାର ପଛରେ ପୁଅ, ପୁତୁରା ଓ ପରିବାର!

 

ଓଡ଼ିଆ ଗସିପ୍ ବ୍ୟୁରୋ: ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟର ମାତ୍ର ସପ୍ତାହକ ମଧ୍ୟରେ ହିଁ କାବୁ କରିନେଲା ପୋଲିସ । ଆଉ ଏବେ ହାଇଦର ଖସିଯିବା ପଛରେ କୌଣସି ବଡ଼ ଲୋକଙ୍କର ହାତ ଥିବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ହାଇଦର ଫେରାର୍ ନେଇ ନିଲମ୍ବିତ କନେଷ୍ଟବଳ ମୌସିମ୍ ଦେଇଥିବା ଏତଲାକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ,  ଘଟଣା ଦିନ ହାଇଦରକୁ ଭେଟିବାକୁ ତାର ପୁଅ, ଭାଇ, ପୁତୁରା, ଶଳା ଓ ସାନ ଜ୍ୱାଇଁ ଆସିଥିଲେ । ସେମାନେ ମୌସିମଙ୍କ ମୁହଁରେ ସ୍ପ୍ରେ କରି ଅଚେତ କରିବା ପରେ ହାଇଦରକୁ ଧରି ଚଂପଟ୍ ମାରିଥିଲେ ।

ଏଠି ପ୍ରଶ୍ନ, ମୌସିମ୍ କଣ ହାଇଦର୍ର ସମ୍ପର୍କୀୟମାନଙ୍କୁ ପୂର୍ବରୁ ଚିହ୍ନିଥିଲେ? ଯଦି ଚିହ୍ନିଥିଲେ କାହା ଅନୁମତିରେ ସେମାନଙ୍କୁ ଭେଟିବାକୁ ଦେଉଥିଲେ? ତେଣେ ହାଇଦରକୁ ଜଗିବାକୁ ଆସି ପୋଲିସ କର୍ମଚାରୀ ହୋଟେଲ୍ରେ ରହିବା ଖବର ମଧ୍ୟ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।