ପୁଅ-ଝିଅ, ଝିଅ-ଝିଅଙ୍କ ମଧ୍ୟରେ ସମ୍ଭୋଗ ଚିତ୍ର ଉତ୍ତୋଳନ କରି ଦିନକୁ ଏତେ ଆୟ କରୁଥିଲେ ଶିଳ୍ପାଙ୍କ ସ୍ୱାମୀ

ଦିନକୁ ପର୍ଣ୍ଣ ସିନେମାରୁ ଏତେ ଟଙ୍କା ରୋଜଗାର -ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

 
ତି ମାସରେ ଏଥିରୁ ତିନି କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିଲେ । ବର୍ଷେ ମଧ୍ୟରେ ଏହା ର ରୋଜଗାର ୩୬ କୋଟି ଟଙ୍କାରୁ ଅଧିକ ହେବ ।

ଓଡ଼ିଆ ଗସିପ ବ୍ୟୁରୋ: ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ତାକୁ ବିଭିନ୍ନ ମୋବାଇଲ୍‌ ଆପ୍‌ରେ ପ୍ରସାରଣ କରିବା ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଗିରଫ ହେବାପରେ ଏହି ର‌୍ୟାକେଟ୍‌ର ଗୁମର ଧୀରେ ଧୀରେ ଫିଟୁଛି । କୁନ୍ଦ୍ରାଙ୍କ କଂପାନି ଏହି ବ୍ୟବସାୟରୁ ଦିନକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଥିଲା ବୋଲି ଜଣାପଡ଼ିଛି । ତାଙ୍କ ବ୍ୟାଙ୍କ୍‌ ଖାତାର କିଛି ତଥ୍ୟ ସାର୍ବଜନିକ ହେବା ପରେ ଏହା ସାମ୍ନାକୁ ଆସିଛି । ପ୍ରତି ମାସରେ ଏଥିରୁ ତିନି କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିଲେ । ବର୍ଷେ ମଧ୍ୟରେ ଏହା ର ରୋଜଗାର ୩୬ କୋଟି ଟଙ୍କାରୁ ଅଧିକ ହେବ ।

ସେପଟେ ମୁମ୍ବାଇ ପୁଲିସ ବୁଧବାର ସନ୍ଧ୍ୟାରେ କୁନ୍ଦ୍ରାଙ୍କ ଭିଆନ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଫିସ୍‌ ଓ ଅନ୍ୟ କିଛି ଠିକଣା ଉପରେ ଚଢ଼ଉ କରିଛି । ତାଙ୍କ ଅଫିସ୍‌ରେ ଲାଗିଥିବା କିଛି କମ୍ପ୍ୟୁଟରର ହାର୍ଡ ଡିସ୍କ ଓ ସର୍ଭରକୁ ଜବତ କରାଯାଇଛି ।

ସେଠାରୁ ୱି ଟ୍ରାନ୍ସଫର ଜରିଆରେ ଭିଡିଓ ଅପଲୋଡ୍‌ କରାଯାଉଥିବା ମନେ କରାଯାଉଛି । ଏହାଛଡ଼ା ଅନ୍ୟ କିଛି କାଗଜପତ୍ର, କୁନ୍ଦ୍ରାଙ୍କର ଏକ ଆଇଫୋନ୍‌ ଓ ଲାପଟପ୍‌ ବି ଜବତ ହୋଇଛି । ତାକୁ ଯାଞ୍ଚ ପାଇଁ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଯାଇଛି ।

ଦିନକୁ ୨୦ ହଜାର ଟଙ୍କାର ରୁମ୍‌ ଭଡ଼ା ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ମଲାଡ୍‌ ୱେଷ୍ଟରେ ମୁମ୍ବାଇ ପୁଲିସ ଯେଉଁ ବଙ୍ଗଳା ଉପରେ ଚଢ଼ଉ କରିଥିଲା, ତାକୁ ରାଜ୍‌ କୁନ୍ଦ୍ରାଙ୍କ ଟିମ୍‌ ଦିନକୁ ୨୦ ହଜାର ଟଙ୍କା ବିନିମୟରେ ଭଡ଼ାରେ ନେଇଥିଲେ । ଘର ମାଲିକଙ୍କ ଅନୁସାରେ, ତାଙ୍କୁ ଭୋଜପୁରୀ ଓ ମରାଠୀ ଫିଲ୍ମର ସୁଟିଂ କରିବା ଦର୍ଶାଯାଇ ବଙ୍ଗଳା ଭଡ଼ାରେ ନିଆଯାଇଥିଲା । ତେବେ ସୁଟିଂ

ସମୟରେ ତାଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ଦୂରରେ ରହିବାକୁ କୁହାଯାଉଥିଲା । ସୁଟିଂ ଆରମ୍ଭ ହେବା ପୂର୍ବରୁ ବଙ୍ଗଳାର ଚାରି ପଟକୁ ନୀଳ ରଙ୍ଗର ପରଦା ଦ୍ୱାରା ଆବୃତ୍ତ କରାଯାଉଥିଲା । ବଙ୍ଗଳା ଭିତରେ ସେଟ୍‌ ବନାଯାଇଥିଲା ।