ସେକ୍ସ ରାକେଟ ଠାବ: ୫ ବିଦେଶିନୀ ସମେତ ୩୦ ଯୁବତୀ ଉଦ୍ଧାର

ନୋଏଡା: ନୋଏଡା ସେକ୍ଟର-୧୮ର ୧୪ଟି ସ୍ପା ସେଣ୍ଟରରେ ସ୍ପା ଓ ମସାଜ୍ ନାଁରେ ଚାଲୁଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ। ରବିବାର ରାତିରେ ପୁଲିସ ଏହାର ପର୍ଦ୍ଦାଫାଶ କରିଛି । ଏଥିରେ ୨୫ ଜଣ ଯୁବତୀ ଧରାପଡ଼ିଥିବା ବେଳେ ୫ ଜଣ ବିଦେଶିନୀ ଯୁବତୀ ଓ ୧୦ଜଣ ଯବୁକ ସାମିଲ ଅଛନ୍ତି । ଯୁବତୀଙ୍କ ବୟସ ୨୦ରୁ ୨୮ବର୍ଷ ମଧ୍ୟରେ ହେବ । ଏମାନଙ୍କୁ ପୁଲିସ ଗିରଫ କରିବା ସହିତ ସ୍ପା ସେଣ୍ଟରକୁ ସିଲ କରିଛି । ଏହା
 

ନୋଏଡା: ନୋଏଡା ସେକ୍ଟର-୧୮ର ୧୪ଟି ସ୍ପା ସେଣ୍ଟରରେ ସ୍ପା ଓ ମସାଜ୍ ନାଁରେ ଚାଲୁଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ। ରବିବାର ରାତିରେ ପୁଲିସ ଏହାର ପର୍ଦ୍ଦାଫାଶ କରିଛି । ଏଥିରେ ୨୫ ଜଣ ଯୁବତୀ ଧରାପଡ଼ିଥିବା ବେଳେ ୫ ଜଣ ବିଦେଶିନୀ ଯୁବତୀ ଓ ୧୦ଜଣ ଯବୁକ ସାମିଲ ଅଛନ୍ତି । ଯୁବତୀଙ୍କ ବୟସ ୨୦ରୁ ୨୮ବର୍ଷ ମଧ୍ୟରେ ହେବ । ଏମାନଙ୍କୁ ପୁଲିସ ଗିରଫ କରିବା ସହିତ ସ୍ପା ସେଣ୍ଟରକୁ ସିଲ କରିଛି । ଏହା ସହିତ ସ୍ପା ସେଣ୍ଟରର ମାଲିକ ବିରୋଧରେ ମାମଲା ରୁଜୁ ହୋଇଛି ପୁଲିସ ସୂଚନା ଦେଇଛି ।

ପୁଲିସ କହିବାନୁସାରେ, ୩ଟି ସ୍ପା ସେଣ୍ଟରରୁ କିଛି ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଭାବେ ଅବସ୍ଥାରେ କରାଯାଇଛି । ବାକି ୧୧ ସେଣ୍ଟରରୁ ଆପତ୍ତିଜନକ ସାମଗ୍ରୀ ଓ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ଜବତ କରିଛି । ଏହି ଘଟଣା ସଂପର୍କରେ ଏସଏସପି ବୈଭବ କୃଷ୍ଣ କହିଛନ୍ତି ଯେ ଏହି ଚଢାଉ ସଂପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇନଥିଲା । ସ୍ଥାନୀୟ ପୁଲିସର ଭୂମିକା ସନ୍ଦେହଜନକ ଥିବା ଯୋଗୁଁ ବି ତାହାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।

ଏଥିରେ ବ୍ଲିସ ସ୍ପା ସେଣ୍ଟର, ବୁଲିୟନ ସ୍ପା, କ୍ଲୋରିଟି ସ୍ପା, ଏଲିଜେଣ୍ଟ ସ୍ପା, ବୈଲନେସ୍ ସ୍ପା, ବୁଦ୍ବା ସ୍ପା, ଗ୍ଲୋରୀ ସ୍ପା, ସୟନଶା ସ୍ପା, ବେଦିକା ସ୍ପା, ବଡି ସ୍ପା, ରୟଲ ସ୍ପା, ଆନନ୍ଦମ ଜୋକୋଜୀ ସ୍ପା, ଏବିକ ସ୍ପା ଏବଂ ଗ୍ରେଡ ମୋକ୍ଷ ଏବଂ ବେଦିକା ସ୍ପା ସେଣ୍ଟର ରହିଛି ।