ପ୍ରେମ୍ ପରେ ସେକ୍ସ ଜରୁରୀ; ହେଲେ ଧୋକା କାହିଁକି ଦିଅନ୍ତି ପାର୍ଟନର?

 

ଓଡ଼ିଆ ଗସିପ୍ ବ୍ୟୁରୋ: ଭ୍, ସେକ୍ସ, ଧୋକା । ଏହି ଶବ୍ଦ ବିନା ହୁଏତ ଅପରାଧର ଖବର ବଡ଼ ଖବର ଭଳି ମନେ ହୁଏନ । କିନ୍ତୁ ପ୍ରଶ୍ନ ଉଠେ କାହିଁକି ବାରମ୍ବାର ଏଭଳି ଖବର ପ୍ରସାରଣ ପରେ ବି ଏହି ଧରଣର ଅପରାଧ ଆମ ସମାଜରେ ଘଟୁଛି । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠାରୁ ୪ ଲକ୍ଷ ଲୁଟିଲା, ପିଟିଲା ଏମିତି ଶୀର୍ଷକ ଏକ ଖବରକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

ରାସ୍ତାରେ ଦେଖାସାକ୍ଷାତ, ଫୋନ୍ ନମ୍ବର ଦିଆନିଆ, ବନ୍ଧୁତାରୁ ପ୍ରେମ ସମ୍ପର୍କ, ବିବାହ ପାଇଁ ପ୍ରତିଶ୍ରୁତି ଓ ତାପରେ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ ପୂର୍ବରୁ ମିଳିଲା ଧୋକା, ପ୍ରତାରଣା, ପ୍ରାଣାନ୍ତକ ଆକ୍ରମଣ। ଏମିତି ଏକ ଘଟଣା ଘଟିଛି ରାଜଧାନୀରେ। ଏ ନେଇ ପ୍ରତାରଣାର ଶିକାର ଯୁବତୀ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର କୋରାପୁଟ ବନ୍ଧୁଗାଁରେ। ସେ ଏଠାରେ ନୂଆପଲ୍ଲୀ ଗଡ଼ସାହିରେ ରହିବା ସହ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। କିଛି ମାସ ତଳେ ଅଫିସ ନିକଟରେ ଚଣ୍ଡିଖୋଲ ଅଞ୍ଚଳର ଜଣେ ଯୁବକ ସହ ତାଙ୍କର ସାକ୍ଷାତ ହୁଏ। ସେହି ସାକ୍ଷାତରୁ ଉଭୟଙ୍କର ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ।

ପ୍ରେମିକ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଛି। ଖାଲି ସେତିକି ନୁହେଁ, ଅନେକ ସମୟରେ ଆବଶ୍ୟକତା ଥିବା କହି ପ୍ରାୟ ୪ ଲକ୍ଷ ଟଙ୍କା ନେଇଛି। କିନ୍ତୁ ପ୍ରାୟ ମାସେ ହେଲା ଯୁବତୀ ପ୍ରେମିକ ସହ ଯୋଗାଯୋଗ କରି ବିଫଳ ହୋଇଥିଲେ। ଫୋନ୍ କରିଥିଲେ ମଧ୍ୟ ସେ ଉଠାଉ ନ ଥିଲା। ପରେ ଖବର ମିଳିଲା ପ୍ରେମିକ ଆଉ କେଉଁଠି ବିବାହ କରୁଛି ।

ଏହା ପରେ ଗତ ଏପ୍ରିଲ ୨୦ ତାରିଖରେ ଯୁବତୀ ଜଣକ ଜଗନ୍ନାଥନଗର ଲେନ୍-୪ରେ ପ୍ରେମିକ ରହୁଥିବା ଘରେ ପହଞ୍ଚିଥିଲେ। ଅନ୍ୟ ଜଣେ ଯୁବତୀଙ୍କୁ ବିବାହର ସମ୍ପର୍କରେ ପଚାରିବାରୁ ସେମାନଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପ୍ରେମିକ ଯୁବତୀଙ୍କୁ ନିସ୍ତୁକ ପିଟି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କିଛି ବ୍ୟକ୍ତି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସିତ ହୋଇ ଫେରିବା ପରେ ଏ ସମ୍ପର୍କରେ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବକକୁ ପଚରାଉଚରା କରୁଛି।