ଝରାଫୁଲର ପ୍ରେମକ ଥିଲା ରାକେଶ; କିଏ ଏହି ରାକେଶ?

 

ଓଡ଼ିଆ ଗସିପ୍ ବ୍ଯୁରୋ: ଝରାଫୁଲର ରାକେଶ ସ୍ବାଇଁ ନାମକ ଜଣେ ଯୁବକଙ୍କ ସହ ସଂପର୍କ ଥିଲା । ତେଣୁ ଝିଅର ମୃତ୍ଯୁ ପାଇଁ ରାକେଶକୁ ସନ୍ଦେହ କରାଯାଉଥିବା ତାଙ୍କ ବାପା ରମାକାନ୍ତ ଆଜି ଏକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୨୪ ତାରିଖ ସନ୍ଧ୍ଯା ୫ଟାରେ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା । ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ଆସିଥିଲା । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ଥିବା କହିଥିଲା  । ସେହିଦିନ ରାତି ୧୧ଟାରେ ବସ୍ରେ ଘରକୁ ଫେରୁଥିବା ଝିଅ ଫୋନରେ କହିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି ।

ଦେହ ଖରାପ ଲାଗୁଛି କହି ଝରାଫୁଲ ସାଙ୍ଗ ସୋନାଲିଙ୍କ ଘରେ ରହିଯିବାକୁ ତାଙ୍କୁ ଫୋନରେ କହିଥିବା ନେଇ ପୂର୍ବରୁ କହିଥିଲେ ବାପା ରମାକାନ୍ତ। ଏକଥା କେତେ ସତ? ଝରାଫୁଲଙ୍କ ଏହି ସାଙ୍ଗ ସୋନାଲି କିଏ? ତାଙ୍କୁ କାହିଁକି ଏଯାଏଁ ଠାବ କରାଯାଇନି? ଘଟଣାର ତଦନ୍ତ କରାଯାଇ ସତ ପଦାକୁ ଆସିବା ଦରକାର ବୋଲି କହିଛନ୍ତି ରାଜ୍ଯ ମହିଳା କମିଶନର ।