ପୋଲିସର ଡବଲ ଏନକାଉଣ୍ଟର, କଂଗ୍ରେସ ନେତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ ଗୁରୁତର ଆହତ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥି ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗଣେସ ନାୟକ ଓରଫ ବୁଲୁ ଓ ହୃସି ପାତ୍ରକୁ ଏନକାଉଣ୍ଟର କରି ଗୋଳନ୍ଥରା ଥାନା ଅଞ୍ଚଳରୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସର ସ୍ବତନ୍ତ୍ର ଟିମ । ଏମାନେ ଆସ୍କା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ
 

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥି ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗଣେସ ନାୟକ ଓରଫ ବୁଲୁ ଓ ହୃସି ପାତ୍ରକୁ ଏନକାଉଣ୍ଟର କରି ଗୋଳନ୍ଥରା ଥାନା ଅଞ୍ଚଳରୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସର ସ୍ବତନ୍ତ୍ର ଟିମ । ଏମାନେ ଆସ୍କା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ମାଗେଜିନ, ଅଫୁଟା ଗୁଳି ସହ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି ।

ସୁଚନା ମୁତାବକ, ଗତ ୨୨ ତାରିଖ ରାତି ପ୍ରାୟ ୯ଟା ୩୦ ରେ ବ୍ରହ୍ମପୁର ଲାଂଜିପଲ୍ଲୀ ଜାତୀୟ ରାଜପଥ ଠାରେ ମନୋଜ ଓ ତାଙ୍କ ସହଯୋଗୀ ଅନିଲ ସ୍ୱାଇଁ ନିଜ ଗାଡ଼ିରୁ ଓଲ୍ହାଇ ପରିସ୍ରା କରୁଥିବା ବେଳେ ୩ଟି ବାଇକରେ ୬ଜଣ ଦୁର୍ବୁତ୍ତ ମାନେ ଗୁଳି ମାଡ କରିବା ସହ ମନୋଜଙ୍କ ଗଳା କାଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ୭ ଜଣଙ୍କ ନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ଵରେ ପୋଲିସର ୩ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ଆଜି ପ୍ରାୟ ୧୧ ଟା ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗଣେସ ଓ ହୃସିଙ୍କ ସମେତ ୩ ଜଣ ଅଭିଯୁକ୍ତ ମଟର ସାଇକେଲରେ ଯାଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଜାଲ ବିଛାଇ ରଖିଥିବା ବେଳେ ଗଣେସ ଓ ତାଙ୍କ ସହଯୋଗୀ ପୋଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲା ।

ପୋଲିସ ସେମାନଙ୍କ ପିଛା କରିବାରୁ ଦୁର୍ବୃତ୍ତ ମାନେ ପୋଲିସ ଉପରକୁ ଗୁଳି ମାଡ କରିଥିଲେ । ପୋଲିସର ପଲଟା ଗୁଳି ମାଡରେ ଗଣେଶ ଓ ହୃସି ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଖସି ଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନାମରେ ପୁର୍ବରୁ ହତ୍ୟା ଅଭିଯୋଗ ଥିବା ପୋଲିସ ସୁଚନା ଦେଇଛି ।