Whatsapp ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଜଣେ ଗିରଫ, ଜାଣନ୍ତୁ ସମ୍ପୂର୍ଣ ଖବର

ଭୁବନେଶ୍ୱର: କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ଼ ଅଭିଯୁକ୍ତକୁ କାବୁ କରିଛି । ସେ ଜଣେ ରାଜମିସ୍ତ୍ରୀ ବୋଲି ସୂଚନା ମିଳିଛି । କଟକ ଝାଞ୍ଜିରମଙ୍ଗଳା ଅଞ୍ଚଳରେ ସେ ଭଡା ଘର ନେଇ ରହୁଥିଲା । Whatsappରେ ଅନୁଭବଙ୍କୁ ବାରମ୍ବାର ଧମକ ପୂର୍ଣ୍ଣ ମେସେଜ ଦେବାପରେ ସେ ଭୟଭୀତ ହୋଇ ଗୁଜୁରାଟ ଚାଲିଯାଇଥିଲା ।
 

ଭୁବନେଶ୍ୱର: କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ଼ ଅଭିଯୁକ୍ତକୁ କାବୁ କରିଛି । ସେ ଜଣେ ରାଜମିସ୍ତ୍ରୀ ବୋଲି ସୂଚନା ମିଳିଛି । କଟକ ଝାଞ୍ଜିରମଙ୍ଗଳା ଅଞ୍ଚଳରେ ସେ ଭଡା ଘର ନେଇ ରହୁଥିଲା ।

Whatsappରେ ଅନୁଭବଙ୍କୁ ବାରମ୍ବାର ଧମକ ପୂର୍ଣ୍ଣ ମେସେଜ ଦେବାପରେ ସେ ଭୟଭୀତ ହୋଇ ଗୁଜୁରାଟ ଚାଲିଯାଇଥିଲା । ପୋଲିସ ତାକୁ କାବୁ କରିବା ପରେ ଅଧିକ ପଚରାଉଚରା କରୁଛି । ସୂଚନାଯୋଗ୍ୟ, ଅନୁଭବଙ୍କୁ ମେସେଜ ଯୋଗେ ୧୦ ଲକ୍ଷ ଟଙ୍କା ବଟି ଓ ହତ୍ୟା ଧମକ ଦିଆଯାଇଥିଲା । ଏ ନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।