ପ୍ରେମ ଜାଲରେ ଫସାଇ ହୋଟେଲକୁ ନେଲା, ମଥାରେ ସିନ୍ଦୂର ପିନ୍ଧାଇ ସ୍ବାମୀର ନାଟକ କରି ରଚିଲା ବର୍ବରତା! ଯୁବତୀଙ୍କୁ ନିଶା ଦେଇ...

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୋପାଳ): ମଧ୍ୟପ୍ରଦେଶର ଗାଲିୟରରୁ ସମ୍ପର୍କକୁ କଳଙ୍କିତ କଲାଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ୨୦ ବର୍ଷୀୟା କଲେଜ ଛାତ୍ରୀଙ୍କୁ ପ୍ରେମର ନାଟକ କରି ଏବଂ ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ତାଙ୍କ ସିନ୍ଥିରେ ସିନ୍ଦୂର ପିନ୍ଧାଇଥିଲା, ତା’ପରେ ତାଙ୍କୁ ସ୍ବାମୀ-ସ୍ତ୍ରୀର ସମ୍ପର୍କ କହି ବିଶ୍ୱାସ ଜିତିଥିଲା । ଅଭିଯୋଗ ହୋଇଛି ଯେ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ନିଶାଦ୍ରବ୍ୟ ଖୁଆଇ ପରେ ଏକ ହୋଟେଲରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି ।

ଏତିକି ନୁହେଁ, ଅଭିଯୋଗକାରୀ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ଦୀର୍ଘ ସମୟ ଧରି ବ୍ଲାକମେଲ କରିଥିଲା ଏବଂ ଶେଷରେ ସେଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଦେଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପଡ଼ାବ ଥାନା ପୋଲିସ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତର ସନ୍ଧାନରେ କ୍ରମାଗତ ଭାବେ ଚଢ଼ାଉ ଜାରି ରଖିଛି ।

ଅଧିକ ପଢ଼ନ୍ତୁ : ପାଇଖାନା ଟ୍ୟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୪ ଲକ୍ଷ ଟଙ୍କାର ସହାୟତା

ସୂଚନା ଅନୁଯାୟୀ, ଗାଲିୟରର ପଡ଼ାବ ଥାନା ଅଞ୍ଚଳରେ ରହୁଥିବା ଯୁବତୀ ଜଣକ ଏକ ଘରୋଇ କଲେଜରେ ପାଠ ପଢ଼ନ୍ତି । କିଛି ସମୟ ପୂର୍ବରୁ ମୁରେନା ଜିଲ୍ଲାର କୈଲାରସ ବାସିନ୍ଦା ଅଭିଷେକ ଜାଦୌନଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ କଥାବାର୍ତ୍ତା ବଢ଼ିଥିଲା ଏବଂ ପରେ ବନ୍ଧୁତା ପ୍ରେମରେ ବଦଳିଯାଇଥିଲା । ଏହି ସମୟରେ ଅଭିଯୁକ୍ତ ଯୁବତୀଙ୍କୁ ବିବାହର ପ୍ରସ୍ତାବ ଦେଇଥିଲା।

ଯୁବତୀ ଜଣକ ତାଙ୍କୁ ବିଶ୍ୱାସ କରି ସମ୍ପର୍କକୁ ଗ୍ରହଣ କରିନେଇଥିଲେ। ଅଭିଯୋଗ ହୋଇଛି ଯେ ଅଭିଷେକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବୁଲାଇବା ବାହାନାରେ ଉତ୍ତରପ୍ରଦେଶର ବୃନ୍ଦାବନ ନେଇଯାଇଥିଲା। ସେଠାରେ ଦୁହେଁ ଏକ ହୋଟେଲରେ ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବତୀଙ୍କ ସିନ୍ଥିରେ ସିନ୍ଦୂର ପିନ୍ଧାଇ ନିଜକୁ ତାଙ୍କ ସ୍ବାମୀ ବୋଲି କହିଥିଲା ଏବଂ ଶୀଘ୍ର ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

ଅଧିକ ପଢ଼ନ୍ତୁ : ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି: ପ୍ରେମିକାର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରେମିକ, ଫେରାର ବେଳେ ବାଟରେ ସରିଗଲା ତେଲ!

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ୱାସ ଜିତିବା ପରେ ଅଭିଯୁକ୍ତ ତାଙ୍କ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲା। ଅଚେତ୍‌ ଅବସ୍ଥାରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଏହି ସମୟରେ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରିନେଇଥିଲା। ବୃନ୍ଦାବନରୁ ଫେରିବା ପରେ ଅଭିଯୁକ୍ତର ବ୍ୟବହାର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସେ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଯୁବତୀଙ୍କୁ ବ୍ଲାକମେଲ କରିବାକୁ ଲାଗିଲା।

କୁହାଯାଉଛି ଯେ ଅଭିଯୁକ୍ତ ଗାଲିୟରର ହୋଟେଲ ଅମ୍ବିକା ସମେତ ଅନେକ ସ୍ଥାନରେ ଯୁବତୀଙ୍କୁ ଶାରୀରିକ ଶୋଷଣ କରିଥିଲା। ଯେତେବେଳେ ଯୁବତୀ ଏବଂ ତାଙ୍କ ପରିବାର ଅଭିଯୁକ୍ତ ଉପରେ ବିବାହ ପାଇଁ ଚାପ ପକାଇଲେ, ସେତେବେଳେ ସେ ସଫା ସଫା ମନା କରିଦେଇଥିଲା। ଏହାପରେ ଏପ୍ରିଲ ୨୦ ତାରିଖରେ ଅଭିଯୁକ୍ତ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରି ଭାଇରାଲ କରିଦେଇଥିଲା। ଘଟଣାକୁ ଗୁରୁତର ସହ ନେଇ ପୋଲିସ ଅଭିଯୁକ୍ତ ଅଭିଷେକ ଜାଦୌନ ବିରୋଧରେ ଦୁଷ୍କର୍ମ, ବ୍ଲାକମେଲିଂ ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।